www.samajalive.in
Saturday, December 6, 2025
14.1 C
Bhubaneswar

ବିଜେଡିରେ ମିଶିଲେ ଚାଷୀ ନେତା ପାପା ରାଓ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଅତାବିରା ନିର୍ବାଚନ ମଣ୍ଡଳୀରେ ଆଜି ପଞ୍ଚାୟତିରାଜ ଦିବସ ଅବସରରେ ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅତାବିରାର ବିଶିଷ୍ଟ ଚାଷୀ ନେତା ପାପା ରାଓ ଓ ମହିଳା ସମ୍ପାଦିକା ପ୍ରତିମା ତ୍ରିପାଠୀଙ୍କ ସମେତ ଟୋପ ପଞ୍ଚାୟତ ଅନ୍ତର୍ଗତ ବନହର ଗ୍ରାମର ୩୦ରୁ ଊର୍ଦ୍ଧ୍ବ ଯୁବକ ଶଙ୍ଖରେ ସାମିଲ ହୋଇଛନ୍ତି। ନୂତନ ଭାବରେ ବିଜେଡିରେ ଯୋଗ ଦେଇଥିବା ବ୍ୟକ୍ତିମାନଙ୍କୁ ମଞ୍ଚରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଶପଥ ପାଠ କରିବା ସହିତ ସ୍ଵାଗତ ଓ ଶୁଭେଚ୍ଛା ଜଣାଇଥିଲେ। ଏହା ବ୍ୟତୀତ ସେମାନଙ୍କର ସମସ୍ତ ଦାବି ବା ସମସ୍ୟାକୁ ପୂରଣ କରିବା ପାଇଁ ବିଧାୟିକା ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୬୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ବିରଳ ରକ୍ତ ଭଣ୍ଡାରର ଡଃ ଗୌରୀଶଙ୍କର ,ଟେକ୍ନିସିଆନ ଦେବାଶିଷ ମିଶ୍ର, ଆଟେଣ୍ଟଡ଼ାଣ୍ଟ ଗାଁର ପ୍ରଧାନ ଓ ଜନକ ବେହେରା ପ୍ରମୁଖ ରକ୍ତ ସଂଗୃହୀତ କରିଥିଲେ । ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ଓ ଟ୍ରଫି ଦେଇ ବିଧାୟିକା ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସମସ୍ତ ଦଳୀୟ କର୍ମକର୍ତ୍ତା ସହଯୋଗ କରିଥିଲେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories