www.samajalive.in
Friday, December 12, 2025
27.1 C
Bhubaneswar

ଅନ୍‍ଲାଇନ୍‍ ପାଠ ପଢାର ବିକଳ ଚିତ୍ର ; ଗଛ ଉପରେ ଚାଳିଛି ପାଠ ପଢା 

ରେଙ୍ଗାଲି : ବୈଶ୍ୱିକ ମହାମାରୀ କରୋନାର କରାଲ ରୂପ ଯୋଗୁଁ ମାସ ମାସ ହେଲା ସ୍କୁଲ କଳେଜ ବନ୍ଦ ରହିଛି । ଫଳରେ ସରକାର ଅନଲାଇନରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢାଇବାକୁ ବ୍ୟବସ୍ଥା କରିଛନ୍ତି । ତେବେ ଏହି ଏହା ସମସ୍ତଙ୍କ ପାଇଁ ଅପହଞ୍ଚ ହୋଇ ପଡ଼ିଛି । କେଉଁଠି ଟାଓାର ଅଛି ତ ସିଗନାଲ୍‍ ଆସୁ ନାହିଁ । ଇଣ୍ଟରନେଟର ସିଗ୍‍ନାଲ୍‍ ଅତି କ୍ଷୀଣ ଗତି ରହୁଛି ।ପୁଣି ଯେଉଁଠି ଟାଓାର ନାହିଁ ଉକ୍ତ ଅଞ୍ଚଳ ର ଛାତ୍ରଛାତ୍ରୀ ମାନଙ୍କ ଦୁର୍ଦ୍ଦଶା କଥା କହିଲେ ନ ସରେ। ଯଦ୍ୱାରା ଗ୍ରାମାଞ୍ଚଳରେ ତଥା କଥିତ ଇଣ୍ଟ୍‍ରେନଟରେ ପାଠପଢା ପଠିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ବହୁତ କଷ୍ଟ ଦାୟକ ହୋଇ ପଡୁଛି। ଟାଓାର ସମସ୍ୟା ଯୋଗୁଁ କିଏ ଗଛ ଉପରେ ଚଢି ପାଠ ପଢୁଛି କିଏ ଛାତ ଉପରେ ବସି ପାଠ ପଢ଼ୁଛି। । ସମ୍ବଲପୁର ଜିଲାର ଶିଳ୍ପ ସମୃଦ୍ଧ ଅଞ୍ଚଳ ରୂପେ ବିବେଚିତ ରେଙ୍ଗାଲି ବ୍ଳକର ଖିଣ୍ଡା ପଞ୍ଚାୟତରେ ଗଛ ଉପରେ ବସି ଜନୈକ ଛାତ୍ର ଅନ୍‍ଲାଇନରେ ପାଠ ପଢୁ ଥିବାର ଦେଖିବାକୁ ମିଳିଛି । ଶିଳ୍ପ ସମୃଦ୍ଧ ଖିଣ୍ଡା ପଞ୍ଚାୟତରେ ଯଦି ଅନଲାଇନ୍‍ ପାଠ ପଢାର ଏଭଲି ବିକଳ ପରିସ୍ଥିତି ତେବେ ଏହି ବ୍ଳକ୍‍ର ଦୁର୍ଗମ ଅପହଞ୍ଚ ଇଲାକାରେ ରହୁଥିଗବା ଛାତ୍ରଛାତ୍ରୀ ମାନେ କିପରି ଅସୁବିଧାର ସମ୍ମୁଖିନ ହେଉଥିବେ ତାହା ସହଜେ ଅନୁମେୟ ।

ଅନଲାଇନ୍‍ ପାଠପଢା ପାଇଁ ଆଣ୍ଡ୍ରଏଡ୍‍ ଫୋନ୍‍ ଜରୁରୀ ଅଟେ। ଗରିବ ପରିବାର ପାଖରେ ଆଣ୍ଡ୍ରଏଡ୍‍ ଫୋନ୍‍ ସାତ ସପନ ହୋଇଥିବା ବେଳେ ସେଭଲି ପରିବାର ଛାତ୍ରଛାତ୍ରୀ  ଅନଲାଇନରେ କିପରି ପାଠ ପଢିବେ ଏହା ଏକ ବିରାଟ ପ୍ରଶ୍ନ ବାଚୀ । ଅନ୍‍ ଲାଇନ୍‍ ପାଠ ପଢା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସମୟରେ ସରକାର ଏହା ସମସ୍ତ ବର୍ଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପଲବ୍ଧ ହୋଇ ପାରିବା କି ନାହିଁ ସେଥି ପ୍ରତି ଦୃଷ୍ଟି ନ ଦେଇ ଏହି ବ୍ୟବସ୍ଥା ଲାଗୁ କରିବା ଦ୍ୱାରା ଅନ୍‍ଲାଇନ୍‍ ସହର ଏବଂ ସହର ତଳି ଅଞ୍ଚଳ ତଥା ଭଲ ଇଣ୍ଟରନେଟ୍‍ ଟାଓାର୍‍ ସିଗ୍‍ନାଲ୍‍ ଆସୁଥିବ ଅଞ୍ଚଳର ଛାତ୍ରଛାତ୍ରୀ ଉପକୃତ ହେଉଥିବା ବେଳେ ଟାଓାର ନଥିବା ଏବଂ ଇଣ୍ଟନେଟ୍‍ ସିଗନାଲ୍‍ ଆସୁ ନଥିବା ଅଞ୍ଚଳର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅନ୍‍ଲାଇନ୍‍ ପାଠ ପଢା ସାତ ସପନ ହୋଇ ପଡ଼ିଛି।

- Advertisement -

 

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories