www.samajalive.in
Friday, December 12, 2025
27.1 C
Bhubaneswar

୪ ଦିନ ଧରି ଜଙ୍ଗଲରେ ପଡିରହିଥିବା ଅଜଣା ବୃଦ୍ଧ ଉଦ୍ଧାର : କରୋନା ଭୟରେ ଛୁଇଁଲେନି ଗ୍ରାମବାସୀ, ଅଧ କି.ମି. ପର୍ଯ୍ୟନ୍ତ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ

ଦେବଗଡ :କରୋନା ଜନିତ ଲକଡାଉନ ଯୋଗୁଁ ସମ୍ପ୍ରତ୍ତି ଯାନବାହାନ ଚଳାଚଳ ସମ୍ପୁର୍ଣ୍ଣ ଭାବେ ବନ୍ଦ ରହିଥିବାରୁ ଶହଶହ ଲୋକ ରୋଜଗାର ହରାଇଛନ୍ତି। ଅନ୍ୟ ପକ୍ଷରେ ରୋଜଗାର ପାଇଁ ଭିଟାମାଟି ଛାଡି ଅନ୍ୟତ୍ର ଚାଲିଯାଇଥିବା ଅନେକ ଶ୍ରମିକ ଘରକୁ ଫେରିନପାରି ଅକଥନୀୟ ଦୁର୍ଦ୍ଦଶାର ସମ୍ମୂଖିନ ହେଉଥିବା ବେଳେ ବହୁ ନିରୀହ ତଥା ଅଣପାଠୁଆ ଲୋକ ବାଟବଣା ହୋଇପଡିବାସହ ନିଜ ନିଜର ପରିଚୟ ହରାଇଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ଆଜି ଦେବଗଡ ଜିଲା ସଦର ମହକୁମା ଠାରୁ ମାତ୍ର ୧୦/୧୨ କି.ମି. ଦୂରତ୍ୱ ମଧ୍ୟରେ ଥିବା ଦେବଗଡ ଥାନା ଅନ୍ତର୍ଗତ କୁଡାନାଳି ଗ୍ରାମ ଜଙ୍ଗଲ ମଧ୍ୟରେ ପଡିରହିଥିବା ଜଣେ ଅଜଣା ବୃଦ୍ଧଙ୍କୁ ଉଦ୍ଧାର କରାଯାଇଛି।

ଉକ୍ତ ବୃଦ୍ଧ ଜଣକ ଦୀର୍ଘ ୪ ଦିନ ପର୍ଯ୍ୟନ୍ତ ଉକ୍ତ ଜଙ୍ଗଲରେ ନଖାଇ ନପିଇ ଅସହାୟ ଭାବେ ସେଠାରେ ପଡିରହିବା ପରେ ଆଜି କେତେକ ଗାଇଚରାଳୀ ତାଙ୍କୁ ଦେଖିଥିଲେ ଓ ଅପରାହ୍ନରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ କୁଡାନାଳି ଗ୍ରାମର କେତେକ ବ୍ୟକ୍ତି ଗୋରୁ ଓ ଛେଳି ଚରାଇବାରୁ ଗାଁ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଜଙ୍ଗଲ ମଧ୍ୟରୁ ଖସ୍‍ ଖସ୍‍ ଶବ୍ଦ ହେବାରୁ ସେମାନେ ଜଙ୍ଗଲ ମଧ୍ୟକୁ ଯାଇ ଏକ ବୁଦା ମୂଳେ ଜଣେ ଅଜଣା ବୃଦ୍ଧଙ୍କ ପଡିରହିଥିବା ଦେଖିବାକୁ ପାଇଥିଲେ। ସେମାନେ ଅଳ୍ପ ଦୂରରେ ଠିଆହୋଇ ତାଙ୍କର ପରିଚୟ ପରାଚରିଥିଲେ ହେଁ ବୃଦ୍ଧ ଜଣଙ୍କ କୌଣସି ଉତ୍ତର ଦେଇପାରିନଥିଲେ। ତେବେ ବୃଦ୍ଧ ଜଣକ ଅତ୍ୟନ୍ତ ଦୁର୍ବଳ ହୋଇପଡବା ସହ ତାଙ୍କର କଙ୍କାଳସାର ଶରୀରକୁ ଦେଖିବା ପରେ ପାରିପାର୍ଶ୍ବିକ ପରିସ୍ଥିତିରୁ ଏବଂ ଶୁଖିଲା ପତ୍ରକୁ ଦେଖି ସେ ପ୍ରାୟ ୩/୪ ଦିନ ହେଲା ସେଠାରେ କିଛି ନଖାଇ ନପିଇ ପଡିରହିଥିବା ଅନୁମାନ କରିଥିଲେ। ଏହାପରେ ତାଙ୍କୁ ସେମାନେ ଖାଇବା ପାଇଁ କିଛି ଖାଦ୍ୟ ଏବଂ ପିଇବା ପାଇଁ ପାଣି ପ୍ରଦାନ କରିଥିଲେ। ତେବେ କରୋନା ଆଶଙ୍କାରେ ଉକ୍ତ ଅଜଣା ବୃଦ୍ଧ ନିକଟକୁ ନଯାଇ ଖାଦ୍ୟ ଏବଂ ପାନୀୟକୁ ପଲିଥିନରେ ପୁରାଇବା ସହ ଏକ ଲାଠି ସାହାଯ୍ୟରେ ତାଙ୍କୁ ପ୍ରଦାନ କରିଥିଲେ।

- Advertisement -

ଏହାପରେ ଗ୍ରାମବାସୀ ମାନେ ଆମ ପ୍ରତିନିଧି (ସମାଜ ପ୍ରତିନିଧି)ଙ୍କୁ ଫୋନରେ ସୂଚନା ଦେଇଥିଲେ। ଆମ ପ୍ରତିନିଧି ତତକ୍ଷଣାତ ଘଟଣା ସ୍ଥଳରେ ପହଂଚି ବୃଦ୍ଧଙ୍କ ଏଭଳି ଅବସ୍ଥା ଦେଖିବାପରେ ଖାଇବା ପାଇଁ ତାଙ୍କୁ ବିସ୍କୁଟ ପ୍ରଦାନ କରିବାସହ ଏ ସମ୍ପର୍କରେ ଛେପିଲିପାଲି ପଂଚାୟତର ସରପଂଚ,ତିଲେଇବଣି ବ୍ଲକର ବିଡିଓ ଓ ଜିଲାପାଳଙ୍କ ସମେତ ବିଭିନ୍ନ ଅଧିକାରୀ ମାନଙ୍କୁ ହ୍ୱାଟ୍‍ସଆପ ଯୋଗେ ସୂଚନା ଦେଇଥିଲେ। ଏଥିସହ ତାଙ୍କୁ ଉଦ୍ଧାର କରିବା ପାଇଁ ୧୦୮ ଆମ୍ବୁଲାନ୍ସକୁ ମଧ୍ୟ ଫୋନରେ ଡାକିଥିଲେ। ସୂଚନା ପାଇ ଜିଲାପାଳ ତତ୍‍କ୍ଷଣାତ ଉକ୍ତ ବୃଦ୍ଧଙ୍କୁ ଉଦ୍ଧାର କରିବା ନିମନ୍ତେ ଜିଲା ସମାଜିକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ୧୦୮ ଆମ୍ବୁଲାନ୍ସ ସେଠାରେ ପହଂଚି ଉକ୍ତ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରିବାସହ ଚକିତ୍ସା ନିମନ୍ତେ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତୀ କରିଥିଲେ।

ତେବେ ଉକ୍ତ ବୃଦ୍ଧଙ୍କୁ ଉଦ୍ଧାର କରାଯିବା ସମୟରେ କରୋନା ଭୟରେ କୌଣସି ଗ୍ରାମବାସୀ କିମ୍ବା ସରପଂଚ ପାଖକୁ ଆସିନଥିଲେ। ଫଳରେ ଆମ ପ୍ରତିନିଧି ନିଜର ସାମାଜିକ ଦାୟିତ୍ୱ ତଥା ନୈତିକ କର୍ତ୍ତବ୍ୟ ଦୃଷ୍ଟିରୁ ନିଜ ହାତରେ ଷ୍ଟ୍ରେଚର ବୋହି ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିଲେ। ତେବେ ଗାଁ ମୁଣ୍ଡରୁ ଉକ୍ତ ଜଙ୍ଗଲ(ଅସହାୟ ବୃଦ୍ଧ ପଡିରହିଥିବା ଜଙ୍ଗଲ)ର ଦୂରତା ପ୍ରାୟ ଅଧ କି.ମିରୁ ଊର୍ଦ୍ଧ୍ବ ହୋଇଥିଲେ ହେଁ ଆମ୍ବୁଲାନ୍ସ କର୍ମଚାରୀ ମାନେ ସମାନଙ୍କର କର୍ତ୍ତବ୍ୟରେ ଆଦୌ ହେଳା ନକରି ଅସହାୟ ବୃଦ୍ଧଙ୍କୁ ଷ୍ଟ୍ରେଚର ଯୋଗେ ଆମ୍ବୁଲାନସ ନିକଟକୁ ବୋହି ନେଇଥିଲେ।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories