ରେଙ୍ଗାଲି: ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ବସବାସ କରୁଥିବା ଅନୁସୂଚିତ ଜାତି ଏବଂ ଜନଜାତି ସଂପ୍ରଦାୟର ଭୂମିହୀନ ପରିବାରର ସଦସ୍ୟଙ୍କୁ ଜାତି ପ୍ରମାଣପତ୍ର ଦେବାରେ ତହସିଲଦାରମାନେ ହଇରାଣ ହରକତ କରି ପ୍ରମାଣପତ୍ର ଦେଉ ନାହାନ୍ତି ବୋଲି ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଅଭିଯୋଗ କରିଛନ୍ତି। ତହସିଲଦାର ମାନଙ୍କ ଏତାଦୃଶ ମନୋଭାବ ଯୋଗୁଁ ଭୂମିହୀନ ଥିବା ଅନୁସୂଚିତ ଜାତି/ଜନଜାତି ସଂପ୍ରଦାୟର ଆବେଦନକାରୀ ହଟ୍ଟହଟ୍ଟା ହେଉଛନ୍ତି।
ଏ ଦିଗରେ ହସ୍ତକ୍ଷେପ କରି ଭୂମିହୀନ ଥିବା ଅନୁସୂଚିତ ଜାତି/ଜନଜାତି ସଂପ୍ରଦାୟର ଆବେଦନକାରୀଙ୍କୁ ଅଯଥା ହଇରାଣ ନକରି ଜାତି ପ୍ରମାଣପତ୍ର ଯୋଗାଇ ଦେବା ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେବାକୁ ଆଜି ଶ୍ରୀ ହରିପାଲ ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ବାପା ମାଆଙ୍କ ନାମରେ ଜାତି ପ୍ରମାଣପତ୍ର ଥିଲେ ମଧ୍ୟ ତାଙ୍କ ପୁଅ ଝିଅ ମାନଙ୍କୁ ଜାତି ପ୍ରମାଣପତ୍ର ଦେବା ପାଇଁ ମନା କରାଯାଇ ଉଦ୍ଦେଶ୍ୟ ମୂଳକ ଭାବେ ହଇରାଣ କରାଯାଉଛି ବୋଲି ଶ୍ରୀ ହରିପାଲ ଅଭିଯୋଗ କରି ଏଭଲି ନୀତିର ତୀବ୍ର ସମାଲୋଚନା କରି ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ପ୍ରତିବନ୍ଧକ ହଟାଇବାକୁ ଦାବି କରିଛନ୍ତି।
ଲକ୍ଷ୍ମୀ-ନାରାୟଣ ରାଜଯୋଗ ଆରମ୍ଭ: ଏହି ରାଶିଙ୍କ ବଢିବ ଦରମା, ଚାକିରି-ବ୍ୟବସାୟରେ ହେବ ଜବରଦସ୍ତ ଉନ୍ନତି..



