www.samajalive.in
Friday, December 12, 2025
16.1 C
Bhubaneswar

ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ବାର୍ଷିକ ଉତ୍ସବ “ସ୍ପେକ୍ଟ୍ରା-୨୦୨୫” ଅନୁଷ୍ଠିତ

ଭୁବନେଶ୍ୱର : ବିର୍ଲ୍ଲା ଗ୍ଲୋବାଲ ୟୁନିଭର୍ସିଟି, ଭୁବନେଶ୍ୱରର ବାର୍ଷିକ ସାଂସ୍କୃତିକ ଉତ୍ସବ ସ୍ପେକ୍ଟ୍ରା-୨୦୨୫ ପ୍ରସିଦ୍ଧ ଗାୟକ ଅର୍ଜୁନ କାନୁନ୍‌ଗୋଙ୍କ ଦ୍ୱାରା ପରିବେଷିତ ମନୋରମ ସଂଗୀତ ସହିତ ଉଦ୍‌ଯାପିତ ହୋଇଯାଇଛି । ପ୍ରତିଭା, ସଂସ୍କୃତି ଓ ମନୋରଞ୍ଜନରେ ଭରପୁର ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା । ଏହି ଉତ୍ସବରେ ନୃତ୍ୟ, ସଂଗୀତ ଓ ଆକର୍ଷଣୀୟ କର୍ମଶାଳା ଆଦି ପ୍ରଦର୍ଶିତ ହୋଇଥିଲା । ଅର୍ଜୁନ କାନୁନ୍‌କୋ ଏବଂ ଡିଜେ ପେରିସାଙ୍କ ପ୍ରଦର୍ଶନ ଏବଂ ଉପସ୍ଥିତି ସମସ୍ତଙ୍କୁ ମୋହିତ କରିଥିଲା । ସ୍ପେକ୍ଟ୍ରା -୨୦୨୫ ଛାତ୍ରଛାତ୍ରୀମାନଙ୍କର ପ୍ରତିଭା ପ୍ରଦର୍ଶନ କରିବାର ଏକ ଉତ୍ତମ ମାଧ୍ୟମ ଅଟେ । ବିର୍ଲ୍ଲା ଗ୍ଲୋବାଲ ୟୁନିଭର୍ସିଟିର ବାର୍ଷିକ କ୍ରୀଡା ଉତ୍ସବ “ଆଟୋସ୍‌”ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା କଲେଜଗୁଡିକ ମଧ୍ୟରେ ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା । ବାସକେଟ୍‌ ବଲ୍‌, କ୍ରିକେଟ, ଫୁଟବଲ, ଭଲିବଲ ଏବଂ ବ୍ୟାଡ୍‌ମିଣ୍ଟନ ଆଦି ଖେଳରେ ଅଂଶଗ୍ରହଣ କରିବା ସହ ଅଂଶଗ୍ରହଣକାରୀମାନେ ଏହାର ଆନନ୍ଦ ଉଠାଇଥିଲେ । ଏହି କାର୍ଯ୍ୟକ୍ରମ କ୍ରୀଡା ଦକ୍ଷତାର ପ୍ରଦର୍ଶନ ସହ ସୁସ୍ଥ ପ୍ରତିଯୋଗିତାର ଭାବନାକୁ ମଧ୍ୟ ପ୍ରୋତ୍ସାହିତ କରିଥିଲା । ୟୋଲୋ ଫ୍ଲି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ସୃଜନଶୀଳତା ଓ ଉଦ୍ୟୋଗୀ ମନୋଭାବର ପ୍ରରିପ୍ରକାଶ ପ୍ରତିଫଳିତ ହୋଇଥିଲା । ଏହି ତିନିଦିନିଆ କାର୍ଯ୍ୟକ୍ରମରେ ବିଜିୟୁ କୂଳପତି କୁଳଭୂଷଣ ବାଲୁନି ଏବଂ ରେଜିଷ୍ଟ୍ରାର ବି.କେ ଦାସ ବିଜେତା ଓ କର୍ମକର୍ତ୍ତାମାନଙ୍କୁ ସମ୍ମାନୀତ କରିଥିଲେ । ଏଥିରେ ଖୁସି ରିଅଲକନ୍‌, ଜାଭେରୀ, ଫ୍ରେଟ୍‌ବକ୍ସ, ବେନ୍‌ କ୍ୟୁ ପ୍ରାୟୋଜକ ଭାବେ ଯୋଗଦାନ କରିଥିଲେ । ୟୁନିଭର୍ସିଟିର ସାଂସ୍କୃତିକ ପରିଷଦ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲା ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories