www.samajalive.in
Tuesday, December 9, 2025
15.1 C
Bhubaneswar

ଖିଣ୍ଡାଛକରୁ ଠେଲକୋଲୋଇ ୧୦ ନମ୍ବର ରାଜ୍ୟ ରାଜପଥ ଗାଈଗୋରୁଙ୍କ ମରଣ ପଥ

ରେଙ୍ଗାଲି: ସମ୍ବଲପୁରରୁ ରାଉରକେଲାକୁ ସଂଯୋଗ କରୁଥିବା ୧୦ ନମ୍ବର ରାଜ୍ୟ ରାଜପଥର ଖିଣ୍ଡାଛକରୁ ଠେଲକୋଲୋଇ ପର୍ଯ୍ୟନ୍ତ ୪/୫ କିଲୋମିଟର ରାସ୍ତା ଗାଈଗୋରୁଙ୍କ ପାଇଁ ମରଣ ପଥ ପାଲଟିଛି। ପ୍ରତିଦିନ ଏହି ରାସ୍ତାରେ ସଡ଼କ ଦୁର୍ଘଟଣା ଘଟି ନିୟମିତ ବ୍ୟବଧାନରେ ୫/୬ ଗୋରୁ ମୃତାହତ ହେବା ଏକ ସାଧାରଣ ଘଟଣାରେ ପରିଣତ ହେଲାଣି। ୫/୬କିଲୋମିଟର ଦୂରତାରେ ଗାଈଗୋରୁଙ୍କ ମୃତାହତ ସଂଖ୍ୟା ଯଦି ଏମିତି, ତେବେ ସମ୍ବଲପୁରରୁ ରାଉରକେଲା ମଧ୍ୟରେ ମୃତାହତ ସଂଖ୍ୟା କେତେ ହେବ ତାହା ଅନୁମାନ ସାପେକ୍ଷ। ସଡ଼କ ଦୁର୍ଘଟଣାରେ ଲୋକେ ମୃତାହତ ହେଲେ କ୍ଷତିପୂରଣ ଦାବିରେ ରାସ୍ତାରୋକ ଆନ୍ଦୋଳନ ହୁଏ। କ୍ଷତିପୂରଣ ବି ଦିଆଯାଏ। କିନ୍ତୁ ନିୟମିତ ବ୍ୟବଧାନରେ ଗାଈଗୋରୁ ମୃତାହତ ହେଉଥିଲେ ବି ଏଥିପ୍ରତି କାହାରି ନିଘାନାହିଁ। ଏହା ଏକ ନିତ୍ୟ ନୈମିତ୍ତିକ ଘଟଣା ଭଳି ବିଚାର କରାଯାଉଛି। ଗାଈଗୋରୁଙ୍କ ସଡକ ଦୁର୍ଘଟଣାଜନିତ ମୃତ୍ୟୁକୁ ଗୁରୁତ୍ବ ଦିଆଯାଉ ନ ଥିବାରୁ ଦୁର୍ଘଟଣା ଏଡାଇବା କି ସ୍ଥାୟୀ ପ୍ରତିକାର କରାଯିବା ଭଳି କୌଣସି ପଦକ୍ଷେପ ନିଆଯାଉ ନାହିଁ। ଗାଈଗୋରୁଙ୍କ ଅଧିକାଂଶ ଦୁର୍ଘଟଣାଜନିତ ମୃତାହତ ରାତି ସମୟରେ ହେଉଛି।

ଏହି ଅଞ୍ଚଳରେ ଶିଳ୍ପାୟନ ହେଲାପରେ ଖଣି ଖାଦାନ କଳକାରଖାନା ଯୋଗୁଁଁ ଗାଈଗୋରୁଙ୍କ ଦୁର୍ଦ୍ଦଶା କହିଲେ ନସରେ। ଶିଳ୍ପାୟନ ପୂର୍ବରୁ ଗାଈଗୋରୁଙ୍କ ପାଇଁ ଥିବା ଅଧିକାଂଶ ଗୁହାଳ ଘରଗୁଡ଼ିକର ପୁନର୍ବିନ୍ୟାସ କରି ଗୁହାଳ ସବୁ ଭଡା ଘର ରୂପେ ବ୍ୟବହାର କରାଯାଇ ଶିଳ୍ପାନୁଷ୍ଠାନର କର୍ମଚାରୀମାନଙ୍କୁ ଭଡାରେ ରହିବାକୁ ଦିଆଯାଇଥିବାର ଦେଖାଯାଉଛି। ଗାଈଗୋରୁଙ୍କୁ ଖୋଲା ଛାଡି ଦିଆଯାଉଛି। ଫଳ ରେ ଗାଈଗୋରୁ ବାରବୁଲା ହୋଇ ବୁଲୁଛନ୍ତି। ବିଭିନ୍ନ ସ୍ଥାନରେ ରାଜ୍ୟ ରାଜପଥରେ ଗାଈଗୋରୁ ଗୋଠ ମାଡି ବିଶ୍ରାମ ନେଉଥିବାର ବି ଦେଖିବାକୁ ମିଳିଥାଏ। ଶିଳ୍ପାୟନ ପ୍ରକ୍ରିୟାରେ ଜମି ଅଧିଗ୍ରହଣ ଯୋଗୁଁଁ ଗୋଚାରଣ ଭୂମିର ଘୋର ଅଭାବ ଫଳରେ ଗାଈଗୋରୁ ରାଜ୍ୟରାଜପଥ ରେ ବୁଲି ଖାଦ୍ୟ ଅନ୍ବେଷଣ କରୁଥିବାର ମଧ୍ୟ ଦେଖିବାକୁ ମିଳିଥାଏ। ଗୋଟିଏ ପଟେ ଗୋରକ୍ଷା, ଗୋପାଳନ ପାଇଁ ନାନା ସ୍ଳୋଗାନ୍ ଓ ଯୋଜନା କରାଯାଉଥିବା ବେଳେ ଗାଈଗୋରୁ ଏଭଲି ଅସୁରକ୍ଷିତ ଅବସ୍ଥାରେ ବାରବୁଲା ହୋଇ ଦୁର୍ଘଟଣାରେ ମୃତ୍ୟୁବରଣ କରିବା ପରିତାପର ବିଷୟ। ଏହି ସମସ୍ୟାର ଫଳପ୍ରଦ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି। ଶିଳ୍ପାନୁଷ୍ଠାନର ସିଏସଆର ପାଣ୍ଠିରୁ ଗୋଶାଳା ନିର୍ମାଣ କରାଯାଇ ବାରବୁଲା ଗାଈଗୋରୁଙ୍କୁ ଉକ୍ତ ଗୋଶାଳାରେ ସଂରକ୍ଷଣ ଦିଆଯାଇ ସେବା ଯତ୍ନ କରାଯିବା ଉଚିତ୍ ବୋଲି ବିଭିନ୍ନ ମହଲରେ ଦାବି ହେଉଛି। ଜିଲ୍ଲା ପ୍ରଶାସନ ନିର୍ବାଚିତ ଜନ ପ୍ରତିନିଧ ଏଥିପ୍ରତି ଗୁରୁତ୍ବ ଦେଇ ଗାଈଗୋରୁଙ୍କ ସୁରକ୍ଷା ଓ ଯତ୍ନ ପାଇଁ ଏକ ଉନ୍ନତମାନର ଗୋଶାଳା ନିର୍ମାଣ ବ୍ୟବସ୍ଥା କରିବାକୁ ସଚେତନ ମହଲରେ ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories