www.samajalive.in
Sunday, December 7, 2025
26.1 C
Bhubaneswar

ପୁରୁଣା ରାଞ୍ଚିରୋଡ଼ରେ ଧାନ ରୋଇଲେ ଜିଲାପରିଷଦ ସଭ୍ୟ ଓ ସ୍ଥାନୀୟ ଲୋକେ

ରେଙ୍ଗାଲି: ସମ୍ବଲପୁର ସହର ଉପକଣ୍ଠ ସିନ୍ଦୁରପଙ୍କ ଛକରୁ ପରମାଣପୁର ଦେଇ ରାଞ୍ଚିକୁ ସଂଯୋଗ କରୁଥିବା ପୁରୁଣା ରାଞ୍ଚିରୋଡର ଚୁହୁକି ଗ୍ରାମ ପାଖରେ ନବନିର୍ମିତ ଚୁହୁକି ପୋଲର ଆପ୍ରୋଚ୍ ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇପଡିଛି। ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ବେ ରାସ୍ତା ମରାମତି ନହେବାରୁ ଏହାର ପ୍ରତିବାଦରେ ତଥା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚେତାଇବା ପାଇଁ ରେଙ୍ଗାଲି ଜିଲ୍ଲାପରିଷଦ ଜୋନ୍(୨) ସଭ୍ୟ ଦେନାରାୟଣ ତିୱାରୀ ସ୍ଥାନୀୟ ଅଧିବାସୀଙ୍କ ସହ ଅପନ୍ତରା ରାସ୍ତା ଉପରେ ଧାନ ରୋଇଛନ୍ତି।

ନିର୍ମାଣ ହେବାର ୨ମାସ ନହେଉଣୁ ଆନ୍ତଃରାଜ୍ୟ ସଂଯୋଗକାରୀ ରାସ୍ତାରେ ନିର୍ମିତ ଚୁହୁକି ପୋଲ ପାର୍ଶ୍ବରେ ତିଆରି ହୋଇଥିବା ଗାର୍ଡ ୱାଲରେ ଫାଟ ସୃଷ୍ଟି ହେଲାଣି । ପୋଲ ନିର୍ମାଣର ଗୁଣାତ୍ମକ ମାନ କେଉଁ ସ୍ତରର ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି। ଏହାର ସ୍ଥାୟୀତ୍ବ ନେଇ ଦେନାରାୟଣ ଆଶଙ୍କା ପ୍ରକାଶ କରିଛନ୍ତି। ଚୁହୁକି ପୋଲ ବ୍ୟତୀତ ପୂର୍ତ୍ତ ବିଭାଗ ଅଧିନରେ ଥିବା ଲାଲ୍ ଛକ ପାଖ ପେଟ୍ରୋଲ ପମ୍ପ, ଲୁହାଖଣ୍ଡି- ଖିଣ୍ଡାପଡା ମଝିରେ ଥିବା ପୋଲର ଆପ୍ରୋଚ୍ ରାସ୍ତା ଜୁନାଡିହି ଛକରୁ କୁଚିଣ୍ଡାକୁ ସଂଯୋଗ କରୁଥିବା ରାସ୍ତାର ଲଇଡା ଗାଁମୁଣ୍ଡରେ ଥିବା ବୁଲାଣିରେ ଦୀର୍ଘ ଦିନ ହେଲା ଗାଡିଆ ଆକୃତିର ଖାଲ ସୃଷ୍ଟି ହୋଇଥିଲେ ମଧ୍ୟ ଏଗୁଡିକର ଉପଯୁକ୍ତ ମରାମତି କରାଯାଉନଥିବାରୁ ଦେନାରାୟଣ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଖାଲଖମା ଯୋଗୁଁ ଜନସାଧାରଣ ଯାତାୟତରେ ଘୋର ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଏଥିପ୍ରତି ଗୁରୁତ୍ବ ଦେଇ ଯଥାଶୀଘ୍ର ମରାମତି ପାଇଁ ପଦକ୍ଷେପ ନେବାକୁ ସେ ଦାବୀ କରିଛନ୍ତି। ଉପରୋକ୍ତ ରାସ୍ତା ବ୍ୟତୀତ ଲଇଡା ବସ୍ ଷ୍ଟାଣ୍ଡରୁ ମହଦା, କେନାଢିପା ଦେଇ ଫାଶିମାଲ ଜମନକିରା ଅଞ୍ଚଳକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ଲଇଡାରୁ ଫଟାମୁଣ୍ଡା ପର୍ଯ୍ୟନ୍ତ ଅସଂଖ୍ୟ ଖାଲଖମାରେ ପରିପୂର୍ଣ୍ଣ ହୋଇ ଅତି ବିପର୍ଯ୍ୟସ୍ତ ହୋଇ ପଡିଥିବା ସତ୍ତ୍ବେ ଏହାର ମରାମତି ହେଉ ନଥିବାରୁ ଜିଲ୍ଲାପରିଷଦ ଦେନାରାୟଣ ତିୱାରୀ କ୍ଷୋଭ ପ୍ରକାଶ କରି ଏହାର ଶୀଘ୍ର ମରାମତି ଦାବୀ କରିଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories