www.samajalive.in
Friday, December 12, 2025
26.1 C
Bhubaneswar

ପୁଳିସ ବ୍ୟବସ୍ଥାର ଆଧୁନିକିକରଣର ଗତି କୁଆଡେ, ୨୩ ବର୍ଷ ହେଲା ଦଦରା ଡାକବଙ୍ଗଳାରେ ଚାଲିଛି ଲଇଡା ଫାଣ୍ଡି

ରେଙ୍ଗାଲି: ରାଜ୍ୟ ସରକାର ପୁଳିସ ବ୍ୟବସ୍ଥାର ଆଧୁନିକିକରଣର ପାଇଁ ଗୁରୁତ୍ୱ ଦେଉଛନ୍ତି ବୋଲି ବ୍ୟାପକ ପ୍ରଚାର ପ୍ରସାର ହେଉଛି। ତେବେ ବିଡମ୍ବନାର ବିଷୟ ଯେ ସମ୍ବଲପୁର ଜିଲ୍ଲାର ଅନ୍ୟତମ ବୃହତ୍ତମ ଗ୍ରାମ ଲଇଡା ରେ ଗତ ୨୩ ବର୍ଷ ହେଲା ଏକ ଭଙ୍ଗାଦଦରା ଡାକବଙ୍ଗଳା ରେ ପୁଳିସ ଫାଣ୍ଡି ଚାଲି ଥିଲେ ମଧ୍ୟ ଏଥି ପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଘା ନାହିଁ। ଲଇଡା ଫାଣ୍ଡିର ଦୁରାବସ୍ଥାକୁ ଦେଖି ସରକାରଙ୍କ ତଥାକଥିତ ପୁଳିସ ବ୍ୟବସ୍ଥାର ଆଧୁନିକିକରଣ କେବଳ କଗାଜ କଳମ ରେ ସୀମିତ ବୋଲି ଲୋକେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ସୂଚିତ ଯେ ୧୯୯୭ ମସିହା ନଭେମ୍ବର ୧ତାରିଖ ଠାରୁ ଲଇଡା ଠାରେ ଥିବା ରାଜସ୍ୱ ବିଭାଗର ଡାକ ବଙ୍ଗଳାରେ ପୁଳିସ ଫାଣ୍ଡି ଚାଲିଛି। ଆଉ ୨ବର୍ଷ ପରେ ଫାଣ୍ଡି ରୌପ୍ୟ ଜୟନ୍ତି ପାଳିତ ହେବ।  ଏକ ଆଜବେଷ୍ଟସ୍‍ ଛାଉଣି କୋଠରୀରେ ଫାଣ୍ଡି କାର୍ଯ୍ୟାଳୟ ଚାଲିଛି।  ବିଭିନ୍ନ ଅପରାଧରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ରଖିବା ପାଇଁ ଫାଣ୍ଡି ରେ ହାଜତ କୋଠରୀ ନାହିଁ। ଫାଣ୍ଡିରେ ୬ଜଣ କନେଷ୍ଟବଳ ରହିବା କଥା ଏବେ ୪ଜଣ କନେଷ୍ଟବଳ ଅଛନ୍ତି। ୨ଟି ପଦବୀ ଖାଳି ପଡ଼ିଛି। ଗୋରୁ ଗୁହାଳ ଭଲି ଅପନ୍ତରା ହୋଇ ପଡ଼ିଥିବା ୨ଟି କୋଠରିରେ କନେଷ୍ଟବଳ ମାନେ ଯେନତେନ ପ୍ରକାରେ ଏଡ୍‍ଜଷ୍ଟ୍‍ କରି ରହିବାକୁ ବାଧ୍ୟ ହେଉଛନ୍ତି। ଡାକବଙ୍ଗଳା ଉପରେ ଛାଉଣି ଥିବା ଅଧିକାଂଶ ଆଜ୍‍ବେଷ୍ଟସ୍‍ ରେ ଫାଟ ସୃଷ୍ଟି ହୋଇ ଥିବାରୁ ବର୍ଷ ଋତୁ ରେ ବିଷମ ସମସ୍ୟା ଦେଖା ଦେଇଥାଏ। ଏଭଲି ଶୋଚନୀୟ ଭିତ୍ତିଭୂମି ଥିବା ଫାଣ୍ଡି ଦ୍ୱାରା ଲଇଡା,ରେଙ୍ଗଲୋଇ ଏବଂ କିନାଲୋଇ ଗ୍ରାମ ପଞ୍ଚାୟତର ଆଇନ୍‍ ଶୃଙ୍ଖଳା ନିୟନ୍ତ୍ରଣ ହୋଇଥାଏ।
ଗତ ୨୩ ବର୍ଷ ହେଲା ଏଭଲି ଅପନ୍ତରା ଭିତ୍ତିଭୂମି ଏବଂ ପରିବେଶ ଭିରେ ଚାଲିଥିବା ଲଇଡା ଫାଣ୍ଡି ପାଇଁ ନିଜସ୍ୱ ଗୃହ ନିର୍ମାଣ ପାଇଁ ଆମ ପୁଳିସ ସମିତି ବୈଠକ ରେ ବାରମ୍ବାର ଦାବୀ କରାଯାଇ ପ୍ରସ୍ତାବ ଗୃହୀତ ହେବା ସହିତ ଅଖିଲେଶ୍ୱର ସିଂ ସମ୍ବଲପୁର ର ଆରକ୍ଷୀ ଅଧିକ୍ଷକ ଥିବା ସମୟ ରେ ଆମ ପୁଲିସ ସମିତିର ସଭ୍ୟମାନେ ଶ୍ରୀ ସିଂଙ୍କୁ ସାକ୍ଷାତ କରି ଲଇଡା ଫାଣ୍ଡି ପାଇଁ କୋଟାବାଡି ନିର୍ମାଣ ପାଇଁ ଦାବି କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସୁଫଲ ମିଳି ନାହିଁ। ଅନେକ ବର୍ଷ ହେଲା ଲଇଡାରେ ପୁଳିସ ଫାଣ୍ଡିର କୋଠା ନିର୍ମାଣ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଜମି ଚିହ୍ନଟ କରାଯାଇ ସାରିଛି। ତେବେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଇଚ୍ଛାଶକ୍ତିର ଅଭାବ ଏବଂ ଉଦାସୀନତା ଯୋଗୁଁ ଲଇଡା ଫାଣ୍ଡି ୨୩ ବର୍ଷ ହେଲା ଦଦରା ଡାକବଙ୍ଗଳାରେ ଚାଲିଛି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories