www.samajalive.in
Friday, December 12, 2025
26.1 C
Bhubaneswar

ପାଣିଗଣ୍ଡା ଓ କଟାମା ସରପଞ୍ଚ ପ୍ରାର୍ଥୀ ଯୀଶାୟ ଶବର ଓ ମାର୍ଥା ମଳିକ ବିଜୟୀ

ମୋହନା: ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତାରିଖ ଓ ସୂଚନା ଅନୁଯାୟୀ ଗୁରୁବାର ଦିନ ମୋହନା ବ୍ଳକର ଦୁଇଟି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ପାଇଁ ଉପନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ଏଥିରେ ପାଣିଗଣ୍ଡା ଓ କଟାମା ସରପଞ୍ଚ ପ୍ରାର୍ଥୀ ଯୀଶାୟ ଶବର ଓ ମାର୍ଥା ମଳିକ ବିଜୟୀ ହୋଇଛନ୍ତି।
ସ୍ଥାନୀୟ ବ୍ଳକ୍ କାର୍ଯ୍ୟାଳୟ ସମିତି ସଭାଗୁହରେ ସକାଳ ୭ ଟାରୁ ଭୋଟ ଗଣତି କାର୍ଯ୍ୟକ୍ରମ ଆରମ୍ଭ, ହୋଇଥିଲା । ୪ଟି ଟେବୁଲରେ ଭୋଟ ଗଣତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ଦିବାକର ନାୟକ, ଦଣ୍ତପାଣି ରଇତ, କବିରାଜ ମଳିକ, ରମେଶ ଚନ୍ଦ୍ର ଦଳାଇ, ପ୍ରହ୍ଲାଦ ମିଶାଲ, ଶୁସାନ୍ତ କୁମାର ଶତପଥୀଙ୍କ ଦ୍ବାରା ଭୋଟ ଗଣତି କରାଯାଇଥିଲା । ପାଣିଗଣ୍ଡା ସରପଞ୍ଚ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ଯୀଶାୟ ଶବର ୧୧୨୬ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଥିଓପିଲ ଗମାଙ୍ଗ ୧୦୮୨ ଖଣ୍ଡ ଭୋଟ ପାଇଥିଲେ। ଯୀଶାୟ ଥିଓପିଲଙ୍କଠାରୁ ୪୪ଖଣ୍ଡ ଅଧିକା ଭୋଟ ପାଇ ବିଜୟୀ ହୋଇଥିଲେ।ସେହିଭଳି କଟାମା ପଞ୍ଚାୟତରେ ଅନୁଷ୍ଠିତ ସରପଞ୍ଚ ଉପନିର୍ବାଚନରେ ମାର୍ଥା ମଳିକ ୮୦୨ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ସଫିରା ପାଟମାଝୀ ୭୫୨ ଖଣ୍ଡ ଭୋଟ ପାଇଥିଲେ।ମାର୍ଥା ନିକଟତମ ପ୍ରତିଦ୍ବନ୍ଦୀ ସଫିରାଙ୍କଠାରୁ ୫୦ ଖଣ୍ଡ ଅଧିକ। ଭୋଟ ପାଇ ବିଜୟୀ ହୋଇଥିଲେ।

 

- Advertisement -

ପ୍ରକାଶ ଥାଉକି ଯେ ପାଣିଗଣ୍ଡା ସରପଞ୍ଚଙ୍କ ଆକାଳ ବିୟୋଗ ଏବଂ କଟାମା ସରପଞ୍ଚଙ୍କ ବିରୋଧରେ ୱ।ର୍ଡ଼ ସଭ୍ୟ/ସଭ୍ୟାଙ୍କ ଅନାସ୍ଥା ପ୍ରସ୍ତାବ ଯୋଗୁ କିଛି ମାସ ଧରି ଉଭୟ ପଞ୍ଚାୟତରେ ସରପଞ୍ଚ ପଦବୀ ଖାଲି ପଡ଼ିଥିଲା। ୧୧ ତାରିଖ ସକାଳ ୭ ଟାରୁ ୧୨ ଘଣ୍ଟ ପର୍ଯ୍ୟନ୍ତ ଉଭୟ ପଞ୍ଚାୟତର ଭୋଟ ଦାନ କେନ୍ଦ୍ରରେ ଭୋଟରମାନେ ମତ ସାବ୍ୟସ୍ତ କରିଥିଲେ। ପାଣିଗଣ୍ଡା ପଞ୍ଚାୟତରେ ୧୬ଟି ବୁଥରେ ୨୮୫୬ ଭୋଟର ରହିଥିବା ବେଳେ କଟାମା ପଞ୍ଚାୟତରେ ୨୧୬୮ ଭୋଟର ରହିଛନ୍ତି। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ ନିଷ୍ଠାର ସହ ନିଜ କାର୍ଯ୍ୟ ସମାପନ କରିଥିଲେ। ନିର୍ବାଚନ ଅଧିକାରୀ ତଥା ବିଡିଓ ବଂଶୀଧର ଖୋସ୍ଲା ନିର୍ବାଚନ କାର୍ଯ୍ୟକ୍ରମକୁ ତଦାରଖ କରିଥିବାବେଳେ ଜିପିଇଓ ନରସିଂହ ମାଣ୍ଡାଙ୍ଗୀ ଓ ମୁଖ୍ୟ କିରାଣୀ ବେଣୁଧର ଚଣ୍ଡ ଭୋଟ ଗଣତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories