www.samajalive.in
Friday, December 12, 2025
17.1 C
Bhubaneswar

ଭିଜିଲାନ୍ସ ଚଢଉ ପରେ ଖୋଲିଲା ଗୁମର, ସରକାରୀ ବାବୁ-ବାବୁଆଣିଙ୍କ ଦଖଲରେ ସରକାରୀ ଜମି

ବଲାଙ୍ଗିର: ଫରେଷ୍ଟର ଥିଲି। ଏବେ ଡେପୁଟି ରେଞ୍ଜର ପଦୋନ୍ନତି ପାଇଛି। ୩୪/୩୫ ବର୍ଷ ଚାକିରୀ ହେଲା। ସ୍ତ୍ରୀ ଶିକ୍ଷୟ୍ରିତୀ ଚାକିରୀ କରିଥିଲେ। ସ୍ୱେଚ୍ଛାକୃତ ଅବସର ନେଇ ଘରେ ଅଛନ୍ତି। ଆମେ ୨ଜଣ ସରକାରୀ କର୍ମଚାରୀ। ଆମେ ଯାହା ଦରମା ରଖିଥିଲୁ ସେଥିରେ ଯାହା କରିଛୁ। ବିବାହ ବେଳେ ସ୍ତ୍ରୀ ଘର ଲୋକେ ଜମି ଉପହାର ଦେଇଥିଲେ। ତାହାକୁ ବିକ୍ରି କରିଛି। ସୋନପୁରରେ ପୈତୃକ ଜମି ଆଉ ବଲାଙ୍ଗିର ସାଗରପଡ଼ାରେ ଜମି ଓ ଘର କିଣିଛି। ନିର୍ମାଣଧୀନ ବସ୍‍ଷ୍ଟାଣ୍ଡ ପଛପଟ ଗୁପ୍ତେଶ୍ୱର ନଗରରେ ଘର ନିର୍ମାଣ ଚାଲିଛି। ଇନ୍ଦିରା ନଗରରେ ସରକାରୀ ଜମିରେ ଘର ରହିଛି। ଗୁରୁବାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ବନ ବିଭାଗର ସଦର ରେଞ୍ଜ କାର୍ଯ୍ୟାଳୟର ଡେପୁଟି ରେଞ୍ଜର କେଶବ କିଶୋର ନାୟକଙ୍କ ଘରେ ଚଢଉ କରି ତଲାସି ଚଳାଇଥିଲେ। ସେତେବେଳେ ଗଣମାଧ୍ୟମ ପ୍ରତିନିଧିମାନେ ଡେପୁଟି ରେଞ୍ଜର ଶ୍ରୀ ନାୟକଙ୍କ ପ୍ରତିକ୍ରିୟା ନେବା ବେଳେ ଏହି କଥା କହିଥିଲେ।

ଭିଜିଲାନ୍ସ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ନାୟକଙ୍କ ସାଗରପଡ଼ା ସ୍ଥିତ ଘର ସହ କାର୍ଯ୍ୟାଳୟ, ସୋନପୁର ମଝିପଡ଼ା ସ୍ଥିତ ପୈତୃକ ଘର ସହ ଅନ୍ୟ ୩ଟି ସ୍ଥାନରେ ଚଢଉ କରିଥିଲା। ଦିନ ତମାମ ଭିଜିଲାନ୍ସ ଅଧିକାରୀମାନେ ହିସାବ କରୁଥିଲେ ଆୟ ଓ ବ୍ୟୟ। ସୂଚନା ଅନୁସାରେ, ଶ୍ରୀ ନାୟକ ଓ ପତ୍ନୀ ଶ୍ରୀମତି ମିଶ୍ରଙ୍କର ଘର, ଆସବାବପତ୍ର, ଗାଡି, ସୁନାଗହଣା, ନଗଦ ଟଙ୍କା, ବ୍ୟାଙ୍କ ଜମା, ବୀମା ଭଳି ବିଭିନ୍ନ ହିସାବ କରି ୧କୋଟି ୮୬ଲକ୍ଷ ଆକଳନ କରିଥିଲା ଭିଜିଲାନ୍ସ। ଆଉ ଭିଜିଲାନ୍ସ ଅଧିକାରୀଙ୍କ ତଥ୍ୟ ହେଉଛି ଯେ, ସେମାନଙ୍କ ଆୟଠାରୁ ୧କୋଟି ୧୬ ଲକ୍ଷ ୮୯ହଜାର ଟଙ୍କା ଅଧିକ ରହିଛି। ତେବେ ଉଭୟ ସ୍ୱାମୀ-ସ୍ତ୍ରୀ ସରକାରୀ ଚାକିରିଆ। ଇନ୍ଦିରା ନଗରରେ ସରକାରୀ ଜମିରେ ଘର। ସରକାରୀ ଜମିରେ ସରକାରୀ ବାବୁ ଘର ବେଶ ତାଜୁବ କଲା ଭଳି। ଇନ୍ଦିରା ନଗରରେ ପଡ଼ିଶା ଘରେ ରହୁଥିବା ଲୋକେ କହିଛନ୍ତି ଯେ, ଦୀର୍ଘ ବର୍ଷ ହେଲା ଶ୍ରୀ ନାୟକ ଓ ପରିବାର ସେଠାରେ ରହୁଥିଲେ। ୨/୩ ବର୍ଷ ହେଲା ସାଗରପଡ଼ାରେ ଘର କିଣିବା ପରେ ଭଡ଼ା ଲଗାଇଛନ୍ତି ଇନ୍ଦିରା ନଗର ଘର। ଖୋଦ୍‍ ସରକାରୀ ବାବୁ ଜବରଦଖଲକାରୀ ତା’ହେଲେ ସାଧାରଣ ଖଟିଖିଆ ଲୋକ ଜବରଦଖଲ କଲେ କ’ଣ କୁହାଯିବ? ସେହିପରି ଇନ୍ଦିରା ନଗର ଘରର ଦାମ୍‍ ୧୧ଲକ୍ଷ ୨ହଜାର ଟଙ୍କା। ୩ଜଣଙ୍କୁ ଭଡ଼ା ଦେଇଛନ୍ତି ଘର। ଭଡ଼ା ବି ଭଲ ଆଦାୟ କରୁଛନ୍ତି। ସିଧାସଳଖ କହିଲେ ସରକାରୀ ଜମିରେ ଭଲ ବେପାର ଜମାଇଛନ୍ତି ଡେପୁଟି ରେଞ୍ଜର ଶ୍ରୀ ନାୟକ।

- Advertisement -

ବଲାଙ୍ଗିର ସଦର ତହସିଲ ଅଫିସ୍‍ର ତଥ୍ୟ ଅନୁସାରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୯୪୪ ଏକର ଜମି ଜବରଦଖଲକାରୀଙ୍କ କବ୍‍ଜାରେ ରହିଛି। ଆଉ ସହରାଞ୍ଚଳରେ ସବୁଠାରୁ ଅଧିକ ଜବରଦଖଲକାରୀ। ତେବେ କେଉଁ କେଉଁ ଅଞ୍ଚଳରେ କେତେ ସରକାରୀ ଜମି ଓ କେବେଠାରୁ ଜବରଦଖଲ ହୋଇଛି ପଚାରିଲେ ଅପଡେଟ୍‍ ହେଇ ନଥିବାରୁ ତଥ୍ୟ ଦେଇ ହେବ ନାହିଁ ବୋଲି ଉତ୍ତର ମିଳିଥିଲା। ସୂଚନା ଅନୁସାରେ, ବଲାଙ୍ଗିର ସହରରେ ଅନେକ ସରକାରୀ ଜମି ଜବରଦଖଲ ହୋଇଛି। ଭୂମିହୀନ ଓ ତଳସ୍ତରର ଲୋକଙ୍କ ଅପେକ୍ଷା ମୁଷ୍ଠିମେୟ, ଆର୍ଥିକ ସ୍ୱଚ୍ଛଳ ଲୋକେ ଜମି ହାତେଇ ବସିଛନ୍ତି। ଜବରଦଖଲକାରୀଙ୍କ ଭୂସ୍ୱର୍ଗ ବଲାଙ୍ଗିର କହିଲେ ଭୁଲ ହେବ ନାହିଁ। ଏହି ମର୍ମରେ ଜଣେ ନିର୍ବାଚିତ ଲୋକ ପ୍ରତିନିଧି ନିକଟରେ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଥିଲେ ଯେ, ଏମିତିତ ମୁହଁ ଖୋଲିଲେ ବିରୋଧ ହେଉଛି। ଜବରଦଖଲକାରୀଙ୍କୁ ଉଚ୍ଛେଦ କର କହିଲେ ଲୋକେ ଆଉ ରଖିବେ!

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories