୮ଟି ଶ୍ରେଣୀରେ ଦୁଇ ଜଣ ଶିକ୍ଷକ

ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକର ଦଳପତପାଲି ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୮ଟି ଶ୍ରେଣୀରେ ୫୫ ଜଣ ଛାତ୍ର/ଛାତ୍ରୀ ଅଧ୍ୟୟନ କରୁଛନ୍ତି। ୮ଟି ଶ୍ରେଣୀରେ ଥିବା ୫୫ଜଣ ଛାତ୍ର/ଛାତ୍ରୀଙ୍କୁ ଶିକ୍ଷାଦାନ କରିବା ପାଇଁ ମାତ୍ର ଦୁଇ ଜଣ ଶିକ୍ଷକଙ୍କୁ ଏହି ବିଦ୍ୟାଳୟରେ ଅବସ୍ଥାପିତ କରାଯାଇଛି। ନିୟମ ଅନୁସାରେ ଏହି ବିଦ୍ୟାଳୟ ରେ ୪ଜଣ ଶିକ୍ଷକ ରହିବା କଥା। କିନ୍ତୁ ଗତ ୫/୬ମାସ ହେଲା ବିଦ୍ୟାଳୟର ୮ଟି ଶ୍ରେଣୀରେ ମାତ୍ର ଦୁଇ ଜଣ ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରୁଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦେବାକୁ ଦାବି ହେଉଛି।

kalyan agarbati

Comments are closed.