www.samajalive.in
Saturday, December 6, 2025
16.1 C
Bhubaneswar

କର୍ତ୍ତୃପକ୍ଷଙ୍କ ନିଘା ନାହିଁ; ଦୁଇ ଦଶନ୍ଧି ଧରି ଖାଲିପଡ଼ିଛି ପ୍ରାଣୀଧନ ଚିକିତ୍ସକ ପଦବୀ

ରେଙ୍ଗାଲି: ସରକାର ପଶୁପାଳନ ପାଇଁ ପ୍ରୋତ୍ସାହନ ଦେଉଥିବ ବେଳେ ପଶୁ ସମ୍ପଦ ଚିକିତ୍ସା ପାଇଁ ଅବଶ୍ୟକ ଚିକିତ୍ସକ, ପ୍ରାଣୀଧନ ନୀରିକ୍ଷକ ଆଦି ଅନୁସଙ୍ଗିକ ପଦବୀରେ ନିଯୁକ୍ତି ଦେଉ ନଥିବାରୁ  ପଶୁ ଚିକିତ୍ସା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଥିବା ଦେଖିବାକୁ ମିଳୁଛି । ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଳକର ଲଇଡା ଠାରେ ଥିବା ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି । ଏହି କେନ୍ଦ୍ରରେ ଗତ ଦୁଇ ଦଶନ୍ଧି ହେଲା ପ୍ରାଣୀଧନ ଚିକିତ୍ସକ ଏବଂ ପ୍ରାଣୀଧନ ନୀରିକ୍ଷକ ପଦବୀ ଖାଲି ପଡିଥିଲେ ହେଁ  ଖାଲି ପଡିଥିବା ପଦବୀରେ ନିଯୁକ୍ତି ଦିଆଯାଉ ନାହିଁ । ଜଣେ ଓ୍ୱାଚମେନ୍‌ ଭରସାରେ ଏହି କେନ୍ଦ୍ର ଦୁଇ ଦଶନ୍ଧି ହେଲା ଚାଲିଆସୁଛି । ଗତ କିଛି ଦିନ ହେଲା ଜୁନାଡିହି କେନ୍ଦ୍ରରୁ ଜଣେ ପିଅନକୁ ଏଠାରେ ଅବସ୍ଥାପିତ କଲା ପରେ ମାତ୍ର ଦୁଇ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଭରସାରେ ଏହି କେନ୍ଦ୍ର ଚାଲିଛି । ଲଇଡା ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଉପରେ ଆଖପାଖ ଅଞ୍ଚଳର ୨୦/୨୫ଟି ଗ୍ରାମର ପଶୁ ସମ୍ପଦ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି । ଚିକିତ୍ସକ ପଦବୀ  ଦୁଇ ଦଶନ୍ଧି ହେଲା ଖାଳି ପଡିବା ଫଳ ରେ ଅଞ୍ଚଳରେ ପଶୁ ଚିକିତ୍ସା ପ୍ରଭାବିତ ହେଉଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେଇ ଖାଲି ପଡିଥିବା ଚିକିତ୍ସକ ପଦବୀ ଶୀଘ୍ର ନିଯୁକ୍ତି ଦେବାକୁ ଦାବି ହେଉଛି ।

 

- Advertisement -

 

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories