ରେଙ୍ଗାଲି: ସମ୍ବଲପୁର ଜିଲା ଠେଲକୋଲୋଇଠାରେ ଥିବା ଭୂଷଣ ପାୱାର ଆଣ୍ଡ ଷ୍ଟିଲ କାରଖାନାର ପାୱାର ପ୍ଳାଣ୍ଟରେ ଶୁକ୍ରବାର ଏକ ପାଇପ ଫାଟି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ଫଳରେ ଏଥିରେ ୩ ଜଣ କାର୍ଯ୍ୟରତ କର୍ମଚାରୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ସରୋଜ ଭୋଇ ନାମକ ଜନୈକ କର୍ମଚାରୀଙ୍କ ଅବସ୍ଥା ଗୁରୁତର ହେବାରୁ କମ୍ପାନୀର ଆମ୍ବୁଲାନ୍ସରେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କର ଅବସ୍ଥା ଏବେ ଠିକ୍ ଥିବା କୁହାଯାଉଛି। ଅନ୍ୟ ଆହତଙ୍କ ଭୂଷଣ ଷ୍ଟିଲ ପରିସରରେ ଥିବା ଡିସପେନସେରୀରେ ପ୍ରାଥମିକ ଚିକିତ୍ସା କରଯାଇଥିଲା। ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା କମ୍ପାନୀ ସୂତ୍ରରୁ ପ୍ରକାଶ।
Popular Categories



