www.samajalive.in
Friday, December 12, 2025
27.1 C
Bhubaneswar

ଜନ୍ମପୀଠରେ ସୁରେନ୍ଦ୍ର ସାଏଙ୍କ ୨୧୪ତମ ଜୟନ୍ତୀ ପାଳିତ

ରେଙ୍ଗାଲି: ମହାନ୍‍ ସ୍ୱଧିନତା ସଂଗ୍ରାମୀ ତଥା ଭାରତୀୟ ମୁକ୍ତି ସଂଗ୍ରାମର ଅଗ୍ରଣୀ ସେନାପତି ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୪ତମ ଜୟନ୍ତି ଆଜି ତାଙ୍କର ଜ୍ନମପୀଠ ଖିଣ୍ଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ସୁରେନ୍ଦ୍ର ସାଏ ସ୍ମୃତି ସଂସଦ ପକ୍ଷରୁ ଆରାଧ୍ୟ ଦେବୀ ସମଲେଶ୍ୱରୀଙ୍କ ଠାରେ ପୂଜାର୍ଚ୍ଚନା ପରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୂଜା ଅର୍ଚ୍ଚନା, ସହିଦ ମଶାଳ ପ୍ରଜ୍ଜଳନ କରାଯାଇ ମହାନ୍‍ ଦେଶଭକ୍ତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ଖିଣ୍ଡା ଛକରେ ଥିବା ସୁରେନ୍ଦ୍ର ସାଏଙ୍କ ପ୍ରତିମୁର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଦାଞ୍ଜଳି ଅର୍ପଣ କରାଯାଇଥିଲା। ସୁରେନ୍ଦ୍ର ସାଏଙ୍କ ଅଣନାତି ଲାଲ୍‍ ଫକିର ସାଏ, ସ୍ମୃତି ସଂସଦର ସଭାପତି ଲାଲ୍‍ ବୀରେନ୍ଦ୍ର ପ୍ରାତପ ସାଏ, କାର୍ଯ୍ୟକାରୀ ସଭାପତି ପୀତାମ୍ବର ବିଶ୍ୱାଲ, ସନ୍ତୋଷ ବିଶ୍ୱାଲ, ସରିତ ବିଶ୍ୱାଲ, ଭବାନୀଶଙ୍କର ନାଏକ, କାଜୁ ବୁଧିଆ ଏବଂ ସଂସଦର ସମସ୍ତ ସଭ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେଡି, ବିଜେପି ଏବଂ କଂଗ୍ରେସ ଦଳର ବହୁ ସଂଖ୍ୟକ ନେତା, କର୍ମୀ ଏବଂ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ପର୍ଯ୍ୟାୟ କ୍ରମେ ଜନ୍ମପୀଠକୁ ପହଞ୍ଚି ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories