www.samajalive.in
Friday, December 5, 2025
17.1 C
Bhubaneswar

ରେଙ୍ଗାଲିରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

ରେଙ୍ଗାଲି: ରେଙ୍ଗାଲି ଠାରେ ଥିବା ଗୋଷ୍ଠି ଶିକ୍ଷାଅଧିକାରୀ କାର୍ୟ୍ୟାଳୟ ପ୍ରାଙ୍ଗଣରେ  ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ରେଙ୍ଗାଲି ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ ଆହ୍ୱାନ କ୍ରମେ ରେଙ୍ଗାଲି ବ୍ଳକ୍ ଏବଂ ଆଦିତ୍ୟ ଆମିନିୟମ କମ୍ପାନୀର ସହଭାଗିତା ରେ ଆୟୋଜିତ ଏହି କାର୍ୟ୍ୟକ୍ରମ ରେ ୬୦ଜଣ ଭିନ୍ନକ୍ଷମ ଏବଂ ସେମାନଙ୍କ ପିତା/ମାତା ଅଂଶ ଗ୍ରହଣ କରିଥିଲେ।ଏହି ଅବସର ରେ ଭିନ୍ନକ୍ଷମ ମାନଙ୍କ ମଧ୍ୟରେ ନୃତ୍ୟ,ଗୀତ, ୫୦ମିଟର ଦୌଡ,ବେଲୁନ୍ ରେସ୍,ସ୍ପୁନ୍ ରେସ୍, ହୁଇଲ୍ ଚେୟାର୍, ଜିଲାପି ଦୌଡ,ଚିତ୍ରାଙ୍କନ, ମ୍ୟୁଜିକ୍ ଚେୟାର୍ , ରସି ଡିଆଁ ଆଦି ବିଭିନ୍ନ ବର୍ଗ ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରେଙ୍ଗାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୀବନକିଶୋର ବାରଓା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ୟ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ସି.ଆର୍.ସି.ସି ବିନୋଦ ବିହାରୀ ସାହୁ ସଭା ପରିଚାଳନା କରିଥିଲେ। ଏବିଇଓ ଋକ୍ମଣ ପ୍ରଧାନ,ମହେନ୍ଦ୍ର ବାଗ,ବିଏସ୍ଏସ୍ଓ ଶଶାଙ୍କଶେଖର ପ୍ରଧାନ ଅତିଥି ରୂପେ ମଞ୍ଚାସୀନ ଥିଲେ। ସନ୍ଧ୍ୟା ରେ ଅନୁଷ୍ଠିତ ଉଦ୍ୟାପନୀ ଉତ୍ସବ ରେ ଆଦିତ୍ୟ ଆଲୁମିନିୟମ ପ୍ରକଳ୍ପ ର ସି.ଏସ.ଆର୍ .ଜି.ଏମ୍ ଶ୍ୱେତା ଉପାଧ୍ୟାୟ ମୁଖ୍ୟ ଅତିଥି ଏବଂ ଏ.ଜି.ଏମ୍ ମନୋରଞ୍ଜନ ବେହେରା ମୁଖ୍ୟବକ୍ତା ରୂପେ ଯୋଗ ଦେଇ ପ୍ରତିଯୋଗି ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କୃତ କରିଥିଲେ। କିନାଲୋଇ ସିଆରସିସି ବିନୋଦବିହାରି ସାହୁ ସଭା ପରିଚାଳନା କରିଥିଲେ ଏବଂ ଲଇଡା ସିଆରସିସି ଧିରେନ୍ ବୁଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories