www.samajalive.in
Saturday, December 6, 2025
16.1 C
Bhubaneswar

ବ୍ରହ୍ମପୁରରୁ ଚାଲି ଚାଲି ବାଲେଶ୍ବରରେ ପହଞ୍ଚିଲେ ଶ୍ରମିକ

ରେମୁଣା : କରୋନା ଜନିତ ଲକ ଡାଉନ ସମୟରେ ରାଜ୍ୟରୁ ଅନ୍ୟ ଜିଲାରୁ ଭିତର ମାତ୍ର, ବାହାର ଜିଲାରୁ ଫେରିବାକୁ ଥିବା ବ୍ୟକ୍ତିଙ୍କ ପାଇଁ ହୋମ କ୍ୱାରେଣ୍ଟାଇନ(ଘରେ ସଙ୍ଗରୋଧ)ରେ ରହିବାକୁ ସରକାରୀ ନିୟମ ରହିଛି। ମାତ୍ର ସେ ବ୍ୟକ୍ତି ଘରର ଅନ୍ୟ ସଦସ୍ୟଙ୍କ ଠାରୁ ଦୂରତା ରକ୍ଷା କରି ରହିବେ। ହେଲେ ଯେଉଁ ପରିବାରର ସମସ୍ତ ଲୋକଙ୍କ ପାଇଁ ଗୋଟିଏ ମାତ୍ର କୋଠରୀ, ସେଠାରେ ଏକାନ୍ତ ବାସ କିପରି ସମ୍ଭବ, ଏହାକୁ ନେଇ ଆଜି ତମାମ ରେମୁଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ଏପରି ହୋଇଛି ଯେ ବାହାର ଜିଲାରୁ ଫେରିଥିବା ଗରିବ ଯୁବକଙ୍କ ପାଇଁ ଗାଁ ପାଇଖାନା ଓ ଗାଧୁଆ ଘର ହୋଇଛି ସଙ୍ଗରୋଧ କେନ୍ଦ୍ର। ଏପରି ଏକ ଘଟଣା ଅବିଶ୍ୱାସ ଲାଗୁଥିଲେ ବି ସତ। ମାତ୍ର ଏ ସମ୍ପର୍କରେ ପ୍ରଶାସନ ନା ନିର୍ବାଚିତ ପ୍ରତିନିଧି ସେହି ଗରିବ ଯୁବକଙ୍କ ପାଇଁ କୌଣସି ବ୍ୟବସ୍ଥା କରିପାରି ନାହାନ୍ତି। ଯୁବକ ଜଣକ ବାଲେଶ୍ବର ଜିଲା, ରେମୁଣା ବ୍ଲକ ଅନ୍ତର୍ଗତ ସରସ୍ୱତୀପୁର ପଞ୍ଚାୟତ ସରକାର ନଗରର କାଳିଆ ବିନ୍ଧାଣୀ(୩୦)। ସେ ଗଞ୍ଜାମ ଜିଲାର ବ୍ରହ୍ମପୁରରେ ରେଳ ବିଭାଗର ଠିକା ନିର୍ମାଣ ଶ୍ରମିକ ଭାବେ କାମ କରୁଥିଲେ। କାମ କରୁଥିବା ସମୟରେ କୌଣସି କାରଣରୁ ତାଙ୍କ ଗୋଡ଼ ଆଘାତପ୍ରାପ୍ତ ହୋଇଥିଲା। ୫/୬ଟି ଷ୍ଟିଚ ପଡ଼ିଥିଲା। ଡାକ୍ତର ୩ ଶହ ଟଙ୍କାର ମେଡିସିନ ଲେଖିଦେଲେ। ନିଜ ପାଖରେ ପଇସା ନଥିବାରୁ ସେ ମାଲିକଙ୍କୁ ମାଗିଲେ। ମାଲିକ ୫୦ ଟଙ୍କା ଦେଲେ। ଫଳରେ ଔଷଧ କିଣିବା ସମ୍ଭବ ହେଲା ନାହିଁ। ତା ସାଙ୍ଗକୁ ଖାଇବା ପିଇବାର ଅସୁବିଧା। ତେଣୁ ସେ ଘରକୁ ଫେରିବାକୁ ମନସ୍ଥ କଲେ। ରେଳ ଲାଇନରେ ଚାଲି ଚାଲି ଘରକୁ ବାହାରିଲେ। ୨ କିଲୋ ଚୁଡ଼ା କିଣିଥିଲେ। ତାକୁ ବାଟ ସାରା ଖାଇ ଖାଇ ଶନିବାର ରାତିରେ ଘରେ ପହଞ୍ଚିଥିଲେ। ପହଞ୍ଚିବା କଥା ସରପଞ୍ଚଙ୍କୁ ଜଣାଇଥିଲେ। ସରପଞ୍ଚ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦେଲେ। ହେଲେ ତାଙ୍କର ଘରେ ଗୋଟିଏ ମାତ୍ର କୋଠରୀ ତାହା ପୁଣି ତମ୍ବୁ ଘେରା। ସେଠାରେ ପରିବାରର ଅନ୍ୟ ୭/୮ ଜଣ ସଦସ୍ୟଙ୍କ ସହ ରହିବାକୁ ସେ ଉଚିତ ମଣିନଥିଲେ। ଫଳରେ ତାଙ୍କୁ ଗାଁ ସ୍କୁଲ ନିକଟ ଏକ ପାଇଖାନା ସାମିଲ ଗାଧୁଆ ଘରେ ରହିବାକୁ ପଡ଼ିଲା। ନିଜ ରାଜ୍ୟ ଭିତର ଲୋକଙ୍କ ପାଇଁ ସରକାରୀ କ୍ୱାରେଣ୍ଟାଇନର ବ୍ୟବସ୍ଥା ନଥିବା ସରପଞ୍ଚ ରଶ୍ମିରେଖା ବେହେରା କହିଛନ୍ତି। ତେବେ ଏ ସମ୍ପର୍କରେ ଜାଣିବା ପରେ ସେ ଲୋକର ରହିବା ପାଇଁ କିଛି ବ୍ୟବସ୍ଥା କରିବାକୁ ସରପଞ୍ଚଙ୍କୁ କହିଥିବା ବିଡିଓ ଲଳିତ ସରେଙ୍ଗ କହିଛନ୍ତି। ଅପରପକ୍ଷରେ ଗାଁର କିଛି ଯୁବକ କାଳିଆ ପାଇଁ ଖାଇବା ବ୍ୟବସ୍ଥା କରୁଛନ୍ତି।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories