www.samajalive.in
Monday, December 8, 2025
13.1 C
Bhubaneswar

ବାଘ ଆକ୍ରମଣରେ ବିଶ୍ୱର ସବୁଠୁ ବଡ଼ ରିଂଗ ମାଷ୍ଟର ୱେବରଙ୍କ ମୃତ୍ୟୁ

ରୋମ : ଇଟାଲୀର ସବୁଠୁ ବଡ଼ ସର୍କସ ‘ସିର୍କି ଅର୍ଫି’ରେ କାର୍ଯ୍ୟ କରୁଥିବା ବିଶ୍ୱର ସବୁଠୁ ବଡ଼ ରିଂଗ ମାଷ୍ଟର ଏଟୋର ୱେବରଙ୍କ ବାଘଙ୍କ ଆକ୍ରମଣରେ ମୃତ୍ୟୁ ଘଟିଛି।

ଘଟଣା ଅନୁଯାୟୀ ଏକ କାର୍ଯ୍ୟକ୍ରମ ପାଇଁ ସେ ରିଂଗ ଭିତରେ ୪ଟି ବାଘ ସହ ପ୍ରସ୍ତୁତି କରୁଥିଲେ। ଗୋଟିଏ ବାଘ ତାଙ୍କୁ ଆକ୍ରମଣ କରି ତଳେ ପକାଇ ଦେଇଥିଲା। ଏହାପରେ ଅନ୍ୟ ୩ ବାଘ ତାଙ୍କୁ ଆକ୍ରମଣ କରି ଚିରି ପକାଇଥିଲେ। ମୃତ୍ୟୁ ପରେ ବାଘମାନେ ତାଙ୍କ ଶବ ସହ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଖେଳିଥିଲେ। ରିଂଗ ବାହାରେ ଥିବା ଡାକ୍ତର ଓ ସହଯୋଗୀମାନେ ୱେବରଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପୁଲିସ୍‍ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି। ଡାକ୍ତରମାନେ କହିଛନ୍ତି ଯେ ଆକ୍ରମଣର ୧୫ରୁ ୨୦ ମିନିଟ ମଧ୍ୟରେ ୱେବରଙ୍କ ମୃତ୍ୟୁ ହୋଇସାରିଥିଲା । ଏବେ ଏହି ବାଘଙ୍କ କ’ଣ ହେବ ଜଣାନାହିଁ । କୁହାଯାଉଛି ମଣିଷ ଖିଆ ୪ ବାଘଙ୍କୁ ଚିଡିଆ ଖାନାକୁ ପଠାଇ ଦିଆଯିବ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories