www.samajalive.in
Saturday, December 13, 2025
15.1 C
Bhubaneswar

ତାମିଲନାଡୁରେ ଏଟିଏମରୁ ବାହାରିବ ଟିବି, ମଧୁମେହ ଏବଂ ହାଇପର ଟେନସନର ଔଷଧ

ଚେନ୍ନଇ : ଏପର୍ଯ୍ୟନ୍ତ ଆପଣ ଅଟୋମେଟେଡ ଟେଲର ମେସିନ (ଏଟିଏମ)ରୁ ଟଙ୍କା, ଦୁଗ୍ଧ ଏବଂ ଖାଦ୍ୟ-ପାନୀୟ ଭଳି ସାମଗ୍ରୀ ମିଳୁଥିବାର ଦେଖିଥିବେ। କିନ୍ତୁ ଏବେ ତାମିଲନାଡୁ ସରକାର ଏଟିଏମ ଯୋଗେ ଲୋକଙ୍କୁ ଔଷଧ ସେବା ପ୍ରଦାନ କରିବା ପାଇଁ ବ୍ୟବସ୍ଥା ଆରମ୍ଭ କରିଛନ୍ତି।
ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପନାଲିସାମୀ ବୁଧବାର କହିଛନ୍ତି ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ୩୨ଟି ସ୍ଥାନରେ ଔଷଧ ଏଟିଏମ ମେସିନ ଲଗାଯିବ। ଏହାମଧ୍ୟରେ ୨୩ଟି ମେସିନ ସରକାରୀ ମେଡିକାଲ କଲେଜ ଏବଂ ସହରର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲଗାଯିବ। ସୂଚନା ଅନୁସାରେ ଏହି ଏଟିଏମରୁ ଟିବି, ମଧୁମେହ, ହାଇପର ଟେନସନର ଔଷଧ ବାହାରିବ। ତାମିଲନାଡୁ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ସେବା ଲୋକଙ୍କ ପାଇଁ ଉପକାରୀ ହେବ। ଔଷଧ ପାଇଁ ଲୋକଙ୍କୁ ଆଉ ଲମ୍ବା ଧାଡି ଲଗାଇବାକୁ ପଡ଼ିବ ନାହିଁ। ପ୍ରେସକ୍ରିପସନ କାଗଜରେ ଥିବା କୋଡକୁ ସ୍କାନ କରି ମେସିନ ସଠିକ ଔଷଧ ଦେଇପାରିବ। ୩୨ଟି ସ୍ଥାନରେ ଏହି ମେସିନ ଲଗାଇବା ପାଇଁ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହି ମେସିନଗୁଡ଼ିକରେ ଔଷଧ ଗଚ୍ଛିତ ହୋଇ ରହିବ। ଏହି ମେସିନ ଔଷଧ ବିତରଣ କରିବା ସହ ଏହାର ଟ୍ରାକିଂ ଏବଂ ଯୋଗାଣ ଉପରେ ନଜର ରଖିବେ। ଏହି ସେବା ଦ୍ୱାରା ରୋଗୀ କୌଣସି ସମସ୍ୟାର ସମ୍ମୁଖୀନ ନହୋଇ ମାଗଣାରେ ଔଷଧ ପାଇବେ ବୋଲି କୁହାଯାଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories