www.samajalive.in
Thursday, December 11, 2025
23.1 C
Bhubaneswar

ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ

ବ୍ରଜରାଜନଗର : ବ୍ରଜରାଜନଗର ଠାକୁରପଡ଼ା ପଡ଼ିଆରେ ବୁଧବାର ରାତିରେ ୫ ଜଣିଆ ଡକାୟତି ଦଳ ଏକ ପେଟ୍ରୋଲ ପମ୍ପରେ ଡକାୟତି କରିବା ପାଇଁ କରିଥିବା ଯୋଜନା ପଣ୍ଡ ହୋଇଥିବା ଜଣାପଡ଼ିଛି। ଉକ୍ତ ଯୋଜନା ବିଷୟରେ କୌଣସିମତେ ବ୍ରଜରାଜନଗର ପୁଲିସ ଖବର ପାଇ ସଦଳବଳ ଘଟଣାସ୍ଥଳରେ ଚଢ଼ାଉ କରି ୫ ଜଣ ଡକାୟତଙ୍କୁ କାବୁ କରିଥିବା ବେଳେ ୨ ଜଣ ଫେରାର ହୋଇ ଯାଇଥିଲେ। ପୁଲିସ ଅଭିଯୁକ୍ତମାନକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସନ୍ତୋଷ ସିଂହ, କାଳିଆ ରାଉତ, ରିଣ୍ଟୁ ନାୟକ, ଧନଞ୍ଜୟ କିଷାନ ଏବଂ ଅମିତ ସା। ସେମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ଭୁଜାଲି, ୩ଟା ଲୁହା ରଡ଼, ମୁଖା ଓ ୫୪୫ ଟଙ୍କା ଜବତ କରାଯାଇଛି। ଗିରଫ ସମସ୍ତ ଡକାୟତଙ୍କ ଘର ବ୍ରଜରାଜନଗର ଅଞ୍ଚଳରେ ବୋଲି ବ୍ରଜରାଜନଗର ଆଇଆଇସି ବିଶ୍ଵାମିତ୍ର ହରପାଲ ସୂଚନା ଦେଇଛନ୍ତି। ଗିରଫ ରିଣ୍ଟୁ ନାୟକ ଓ ଧନଞ୍ଜୟ କିଷାନ ନାମରେ ପୂର୍ବରୁ ବହୁତ ଅପରାଧିକ ମାମଲା ଥିବା ଜଣାପଡ଼ିଛି।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories