www.samajalive.in
Thursday, December 11, 2025
27.1 C
Bhubaneswar

ବର୍ଷା ଅଭାବରୁ ଫାଟି ଆଁ କଲାଣି ଚାଷଜମି; ହାତବାନ୍ଧି ବସିଛି ଚାଷୀ

ଆରଡି : ଆଷାଢ ଯାଇ ଶ୍ରାବଣ ହେଲା ମୈାସୁମୀ ବର୍ଷାର ଦେଖା ନାହିଁ। ଏପଟେ ହଜାର-ହଜାର ଚାଷୀ ବିଲରେ ଧାନ ତଳି ପକାଇଥିଲେ ମଧ୍ୟ ବର୍ଷା ଅଭାବରୁ କ୍ଷେତ ଫାଟି ଆଁ କଲାଣି। ଯେଉଁ ସମୟରେ ଧାନ ତଳି ବେଉଷଣ କରାଯାଇଥାନ୍ତା ତାହା ବର୍ଷା ଅଭାବ ଯୋଗୁଁ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯିବା ଫଳରେ ଚାଷୀକୂଳ ହାତବାନ୍ଧି ବସିଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ଆନନ୍ଦପୁର, ତେନ୍ତୁଲିଡିହ, ଭୂଇଁବୃି, ସୁନ୍ଦରପୁର, ନାଲଗୁଣ୍ଡା, ଓଳଗ ଆଦି ୩୩ଟି ପଞ୍ଚାୟତରେ। ଏହି ଅଞ୍ଚଳରେ ଚଳିତ ବର୍ଷ ଆବଶ୍ୟକତା ଠାରୁ କମ ପରିମାଣରେ ବର୍ଷା ହେବା ଫଳରେ ଏବେ ମରୁଡି ପରିସ୍ଥିତି ଦେଖା ଦେଲାଣି। ହଜାର-ହଜାର ଚାଷୀ ସାରଦ ଚାଷ ନିମନ୍ତେ କ୍ଷେତରେ ଧାନତଳି ପକାଇଥିଲେ ମଧ୍ୟ ବର୍ଷା ଅଭାବରୁ ଜମିରେ ପାଣି ନଥିବାରୁ ଚାଷଜମି ଫାଟି ଆଁ କଲାଣି। ଏପରିକି ପାଣି ବିନା ଧାନତଳି କେଉଁଠି ହଳଦିଆ ପଡିଲାଣି ତ ଆଉ କେଉଁଠି ଶୁଖି ଯାଇ ଝାଉଁଳି ପଡିଲାଣି। ଏପରି ସ୍ଥିତି ଦେଖି ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସେହିପରି ବର୍ଷା ନଥିବାରୁ ଉକ୍ତ ଅଞ୍ଚଳରେ ଥିବା ନଈଯୋର ମଧ୍ୟ ଶ୍ରାବଣମାସରେ ଶୁଖିଲା ପଡିଛି। କେତେକ ଚାଷୀ ନିଜର ଧାନତଳି ବେଉଷଣ ନିମନ୍ତେ ନିକଟରେ ପୁଷ୍କରିଣୀରୁ ମଟର ଚାଳିତ ପମ୍ପ ଯୋଗେ ପାଣି ମଡାଉଥିବା ବେଳେ ଆଉ କେତେକ ଚାଷୀ ବର୍ଷାକୁ ଅପେକ୍ଷା କରି ବସିଛନ୍ତି। ଏପରିକି ଚାଷୀମାନଙ୍କ କହିବା ଅନୁଯାୟୀ ଯେଉଁ ସମୟରେ ଧାନତଳି ବେଉଷଣ ହୋଇଥାନ୍ତା ବର୍ଷା ଅଭାବରୁ ତାହା ବିଳମ୍ବ ହେବାରେ ଲାଗିଛି। ଫଳରେ ୍‍ଯାହାକିଛି ଧାନ ଅମଳ ନିମନ୍ତେ ଆଶା ରହିଥିଲା ତାହା ଆଶା ଆସଙ୍କାରେ ରହିଯିବ। ଅନ୍ୟପଟେ ଧାର କରଜ କରି ଚାଷ କାର୍ଯ୍ୟ ଲଗାଇଥିବା ଚାଷୀ ଏବେ ଋଣ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛି। ସବୁଠାରୁ ବଡକଥା ହେଲା ଏ ଅଞ୍ଚଳର ୯୦ଭାଗ ଲୋକ ଚାଷ ଉପରେ ନିର୍ଭର କରୁଥିଲେ ମଧ୍ୟ ଜଳସେଚନ ବିଭାଗ କିମ୍ବା ଜଳ ନିଷ୍କାସନ ବିଭାଗ ପକ୍ଷରୁ ଚାଷୀଙ୍କ ପାଇଁ କୈାଣସି ବ୍ୟବସ୍ଥା କରାଯାଇନଥିବାରୁ ମରୁଡି, ଧୋଇ ଆଦି ସମସ୍ୟା ପ୍ରତିବର୍ଷ ଦେଖା ଦେଇଥାଏ ବୋଲି ବହୁ ଚାଷୀ ପ୍ରକାଶ କରିଛନ୍ତି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories