www.samajalive.in
Saturday, December 6, 2025
26.1 C
Bhubaneswar

ସୁପ୍ରିମକୋର୍ଟରୁ ପରମବୀରଙ୍କୁ ଆଶ୍ୱସ୍ତି; ଗିରଫ ଉପରେ କଟକଣା

ନୂଆଦିଲ୍ଲୀ: ମୁମ୍ବଇର ପୂର୍ବତନ ପୁଲିସ ଆୟୁକ୍ତ ପରମବୀରଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିକଟରେ ହାଜର ହେବାକୁ ସୁଯୋଗ ଦିଆଯିବ । ସେ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯିବ ନାହିଁ ବୋଲି ଆଶ୍ୱସ୍ତିବାଣୀ ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ସୂଚନାଯୋଗ୍ୟ ଯେ ବଳପୂର୍ବକ ଅର୍ଥ ଆଦାୟ ମାମଲାରେ ଫେରାର ଥିବା ପରମବୀରଙ୍କୁ ଇତିମଧ୍ୟରେ ସିବିଆଇର ସ୍ୱତନ୍ତ୍ର ଅଦାଲତ ପଳାତକ ଘୋଷଣା କରିବା ସହିତ ତାଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିସାରିଛନ୍ତି । ତାଙ୍କୁ ପୁଲିସ ଖୋଜୁଥିବାବେଳେ ଏପର୍ଯ୍ୟନ୍ତ ପରମବୀରଙ୍କର ସନ୍ଧାନ ମିଳିନାହିଁ । ସେ କେଉଁଠି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିବାରୁ ପରମବୀର ସୁପ୍ରିମକୋର୍ଟରେ ଏକ ଯାଚିକା ଦାଏର କରି ତାଙ୍କୁ ଗିରଫ କରିବାରୁ ସୁରକ୍ଷା ପ୍ରଦାନ କରିବାକୁ ନିବେଦନ କରିଥିଲେ । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ସୁରକ୍ଷା ଦେଲେ ସେ ୪୮ ଘଣ୍ଟା ମଧ୍ୟରେ ସିବିଆଇ ନିକଟରେ ହାଜର ହେବେ ବୋଲି କହିଥିଲେ । ସୁପ୍ରିମକୋର୍ଟ ସୋମବାର ଦିନ ତାଙ୍କ ଆବେଦନକୁ ଗ୍ରହଣ କରି ତାଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ଆଦେଶ ଦେଇଛନ୍ତି । ପରମବୀର ସିଂଙ୍କ ଓକିଲ କହିଛନ୍ତି ଯେ, ତାଙ୍କ ମହକିଲ ଭାରତ ଭିତରେ ଅଛନ୍ତି । ମୁମ୍ବଇ ପୁଲିସ ପକ୍ଷରୁ ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କାରେ ସେ ଆତ୍ମଗୋପନ କରିଛନ୍ତି । ଏହି ମାମଲାରେ ପୂର୍ବଥର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ ତାଙ୍କ ଓକିଲ ପରମବୀର କେଉଁଠି ଅଛନ୍ତି ବୋଲି କହିଲେ ଅଦାଲତ ପରମବୀରଙ୍କ ଆବେଦନ ବିଚାର ପାଇଁ ଗ୍ରହଣ କରିବେ । ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ଅନିଲ ଦେଶମୁଖ ବଳପୂର୍ବକ ଅର୍ଥ ଆଦାୟ ଓ ଦୁର୍ନୀତିରେ ଲିପ୍ତ ଥିବାର ଚାଞ୍ଚଲ୍ୟକର ତଥ୍ୟ ପରମବୀର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିକଟରେ ଉପସ୍ଥାପନ କରିବା ପରେ ତାଙ୍କୁ ଗୃହରକ୍ଷୀ ବିଭାଗର ମହାନିର୍ଦ୍ଦେଶକ ଭାବରେ ବଦଳି କରାଯାଇଥିଲା ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories