ବୀଣା ମୁହଁରେ ହସର ସ୍ୱର ଫୁଟାଇଲା ଜନ କଲ୍ୟାଣ ସେବା ଟ୍ରଷ୍ଟ
ଏହା ବ୍ୟତୀତ ଗୋଟିଏ ବର୍ଷ ପାଇଁ ରାସନ ସାମଗ୍ରୀ ଆଉ ଯଦି ଦରକାର୍ ପଡେ ବର୍ଷ ବର୍ଷ ଧରି ଟ୍ରଷ୍ଟ ପକ୍ଷରୁ ଚାଉଳ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି।ଏହା ସହ ସ୍ଥାନୀୟ ଯୁବ ବିଜେଡ଼ି ର ଯାଦବ ଭୁଏ ,ଅସିତ୍ ମହାପାତ୍ର, ଝିଲିମିଣ୍ଡା ପଞ୍ଚାୟତ ର ଯୋଗାଣ ବିଭାଗ ଅଧିକାରୀ ସୁଧୀର ଆଚାର୍ଯ୍ୟଙ୍କୁ ଡକାଇ ଅସହାୟ ବୀଣା କୁ ଆସନ୍ତା ଅଗଷ୍ଟ ମାସରୁ ୩୫ କେଜି ଲେଖାଏଁ ଚାଉଳ ଯୋଗାଇ ଦେବାପାଇଁ କହିଥିଲେ। ଯାହା ସବୁ ସରକାରୀ ଅନୁଦାନ ମିଳିବା କଥା ତାହା ସବୁ ର କାଗଜ ପତ୍ର କରି ତାଙ୍କୁ ସେଇ ସବୁ ସୁବିଧା ପ୍ରଦାନ କରିବା ପାଇଁ ଟ୍ରଷ୍ଟ ର ପ୍ରତିଷ୍ଠାତା ମୁକୁନ୍ଦ ଦାଶ କହିଥିଲେ। ତେବେ ଏହି ସବୁ ସାହାଯ୍ୟ ପାଇ ବୀଣା ମୁହଁରେ ଖୁସିର ଲହରୀ ଖେଳିଯିବା ସହ ବଞ୍ଚିବାର ଏକ ନୂତନ ଆଶା ଉଙ୍କି ମାରିଥିଲା। ଦୀର୍ଘ ଦୁଇବର୍ଷ ପରେ ବୀଣା ଗୃହରେ ଆଲୋକ ଜଳିନାହି। ତେଣୁ ବିଜୁଳି ଆଲୁଅର ବ୍ୟବସ୍ଥା ପାଇଁ ବୀଣା ଟ୍ରଷ୍ଟ କୁ ଗୁହାରି କରିଥିଲେ।ତାହା ମଧ୍ୟ ବ୍ୟବସ୍ଥା କରିବା ପାଇଁ ଗ୍ରାମର ଯୁବ ବିଜେଡ଼ି କର୍ମୀ ଯାଦବ ଭୁଏ କହିଥିଲେ।
ଏହି ଅବସରରେ ଟ୍ରଷ୍ଟ ର ହୃଷୀକେଶ ଖମାରୀ, ଧର୍ମରାଜ ପ୍ରଧାନ, ଅନୁସୂୟା ଦେବତା ତଥା ସମାଜ ପ୍ରତିନିଧି ଆକାଶ ମିଶ୍ର ଉପସ୍ଥିତ ଥିଲେ ।
Comments are closed.