www.samajalive.in
Friday, December 12, 2025
15.1 C
Bhubaneswar

ଗ୍ରାମ୍ୟବିକାଶ ଯୋଜନାରୁ ବଞ୍ଚିତ ଯୁଗୀପାଲି ଗାଁ

ରେଙ୍ଗାଲି :  ଭାରତ ଏକ ଗ୍ରାମ୍ୟ ବହୁଳ ରାଷ୍ଟ୍ର ହୋଇଥିବାରୁ ଗ୍ରାମ୍ୟ ର ଉନ୍ନତି ରେ ଦେଶର ଉନ୍ନତି ସାଧିତ ହୋଇଥାଏ ବୋଲି ସରକାର ଗ୍ରାମ ଗୁଡ଼ିକର ଉନ୍ନତିକରଣ ପାଇଁ ବିଭିନ୍ନ ପ୍ରକାରର ଗ୍ରାମ୍ୟବିକାଶ ଯୋଜନା ଲାଗୁ କରିଛନ୍ତି। ମାତ୍ର ଯୁଗୀପାଲି ଗାଁ ପାଇଁ ଏସବୁ ସ୍ୱପ୍ନ ପାଲଟିଛି।
ଏହି ଯୁଗୀପାଲି ଗାଆଁ ଟି ଅତାବିରା ବ୍ଲକ ଲହଣ୍ଡା ପଞ୍ଚାୟତରେ ଅବସ୍ଥିତ। ଗାଆଁ ଚାରି ପାର୍ଶ୍ୱକୁ ଘେରି ରହିଛି ଚାନ୍ଦିଲି ଡୁଙ୍ଗୁରି ପାହାଡ଼ । ଖଡିଆ,ଗଉଡ,ବିଞ୍ଜାଲ,ସହରା ଆଦି ୨୫୦ ଟି ଜନ ଜାତି ପରିବାର ଏଠାରେ ବସବାସ କରୁଛନ୍ତି।
ପାହାଡ଼ ଘେରା ଏଇ ଗାଆଁ ଟି ବରଗଡ଼ ଜିଲ୍ଲା ର ଶେଷ ସୀମା ନିର୍ଦ୍ଧାରଣ କରୁଥିବା ବେଳେ ସମ୍ବଲପୁର ଜିଲ୍ଲାର ଆଦ୍ୟ ସୀମା କୁ ସୂଚିତ କରିଥାଏ। ସମ୍ବଲପୁର ଜିଲ୍ଲା ର ଜାତୀୟ ରାଜପଥ କଡ଼ରେ ଥିବା ବାବୁବନ୍ଧ ରୁ ମାତ୍ର ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଏଇ ଗାଆଁ। ହେଲେ ଏଇ ଗାଁକୁ କୁ ଆଜିଯାଏଁ ଭଲ ରାସ୍ତା  ନାହିଁ। ଜାତୀୟ ରାଜପଥ ଦେଇ ସମ୍ବଲପୁର ଯିବାକୁ ପାହାରଶ୍ରିଗିଡା ରୁ ୬୦କିମି ପଡ଼ିଥାଏ କିନ୍ତୁ ଏହି ଗ୍ରାମ୍ୟ ରାସ୍ତା ଦେଇ ଗଲେ ମାତ୍ର ୨୦କିମି ପଡ଼ିଥାଏ। ତେଣୁ ପ୍ରାୟ ଅତାବିରା ବ୍ଲକ ର ପାହାରଶ୍ରିଗୀଡକ୍ଷ, ଖରମୁଣ୍ଡା, ଟାଙ୍ଗରପାଲି,ଅମଲିପାଲି, ଯାଙ୍ଗେଡ଼ ଓ ସିଲେଟ ଆଦି ୭ଟି ପଞ୍ଚାୟତର ଲୋକେ ଏହି ପାହାଡି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି।
ସରକାର ଏବେ ଗ୍ରାମ୍ୟ ଶିକ୍ଷାକୁ ଅଧିକ ଗୁରୁତ୍ବ ଦେଉଛନ୍ତି ହେଲେ ଏସବୁ ସତ୍ୱେ ଏହି ଗାଆଁ କୁ ଗୋଟିଏ କଂକ୍ରିଟ ରାସ୍ତା ନାହିଁ।  ରାସ୍ତା ନାହିଁ ବୋଲି ଏହି ଗ୍ରାମର କୁନି କୁନି ପିଲାମାନେ ତାଙ୍କର ମୌଳିକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। କାରଣ ପ୍ରାଥମିକ ଶିକ୍ଷା ପରେ ମାଧ୍ୟମିକ ତଥା ଉଚ୍ଚ ଶିକ୍ଷା ପାଇଁ ଏହି କୋମଳ ମତି ପିଲାଙ୍କୁ ୭/୮ କିମି ଯିବାକୁ ପଡ଼ିଥାଏ । ଏହି ପାହାଡିଆ ରାସ୍ତାରେ ଆଲୋକି କରଣ ନାହିଁ ତେଣୁ ବାପା ମା ମାନେ ନିଜ ନିଜର ପିଲାମାନଙ୍କୁ ଭୟରେ ପାଠ ପଢିବାକୁ ଛାଡ଼ୁନାହାନ୍ତି ।
ସରକାର ଲୋକମାନଙ୍କ ପାଇଁ ଏବେ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି । ମାଗଣାରେ ଲୋକଙ୍କ ସୁବିଧା ପାଇଁ। ମାତ୍ର ଏଠାରେ ପାଦଚଲା ରାସ୍ତାଟିଏ ନଥିବାରୁ ଗାଆଁ କୁ ଆମ୍ବୁଲାନ୍ସ ପହଞ୍ଚି ପାରୁନି। ଗ୍ରାମବାସୀଙ୍କର କୌଣସି ପ୍ରକାର ସୁବିଧା ଓ ଦାବି ପୂରଣ ହୋଇପାରୁନାହିଁ ବୋଲି ସ୍ଥାନୀୟଲୋକେ ଓ ଗାଁର ସରପଞ୍ଚ ଉର୍ମିଳା ବେହେରା ଅଭିଯୋଗ କରିଛନ୍ତି।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories