www.samajalive.in
Tuesday, December 9, 2025
26.1 C
Bhubaneswar

ରେଢାଖୋଲ ସାମ୍ବଦିକ ସଂଘ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା

ରେଢ଼ାଖୋଲ: ରେଢାଖୋଲ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଉପଖଣ୍ଡ ସାମ୍ବାଦିକ ସଂଘ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ନେଇ ଆଲୋଚନ ଚକ୍ର ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଗୋବର୍ଦ୍ଧନ ବଘାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରେଢାଖୋଲ ଉପଜିଲ୍ଲାପାଳ ପଦ୍ମନାଭ ବେହେରା ଅତିଥି ଭାବେ ଯୋଗଦେଇ ଗଣମାଧ୍ୟମ ଓ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ରହିଲେ ଅଞ୍ଚଳର ନୂତନ ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ ହେବାରେ ସହାୟକ ହେବ। ଆଗାମୀ ଦିନରେ ରେଢାଖୋଲରେ ତିନୋଟି ନୂତନ ପ୍ରକଳ୍ପ ଖୁବଶିଘ୍ର ହେବାକୁ ଯାଉଛି ସେଗୁଡିକ ହେଲା ଆଦର୍ଶ ବିଦ୍ୟାଳୟ,ଟ୍ରମାକେୟାର,ଆଇଟିଆଇ।ଏହିସବୁ ପ୍ରକଳ୍ପ ପାଇଁ ଗଣମାଧ୍ୟମର ଉପସ୍ଥାପନ ପ୍ରଶସଂନୀୟ ବୋଲି କହିଥିଲେ। ସଂଘର ସମ୍ପାଦକ ଦେବାନନ୍ଦ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ।ବରିଷ୍ଠ ସାମ୍ବାଦିକ ରଞ୍ଜିତ ଦେହୁରୀ ଅତିଥି ପରିଚୟ ଦେବା ସହ ସଂଯୋଜନା କରିଥିବା ବେଳେ ଜେନାମଣୀ ଯୋଗଯନ୍ମା ଦାଶଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ। ଆଲୋଚନାରେ ଡିଏଫଓ ପ୍ରଦୀପ୍ତ କୁମାର ସାହୁ, ତହସିଲଦାର ରୁବି ବେହେରା, ପୁଲିସ ଏସଡିପିଓ ହାଡ଼ିବନ୍ଧୁ ସ୍ୱାଇଁ,ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ, ପୂର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବୀରବର ବେହେରା,ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ଦୀପକ କୁମାର ରାଉତ,ଏନଏସି ନିର୍ବାହୀ ଅଧିକାରୀ କନିକା ଚକ୍ରବର୍ତ୍ତି,ଲୋକସମ୍ପର୍କ ଅଧିକାରୀ ହାରାଧନ ମେଣ୍ଡୁଳୀ ପ୍ରମୂଖ ଯୋଗଦେଇ ବିଭିନ୍ନ ମତାମତ ପ୍ରଦାନ କରି ସାମ୍ବାଦିକ ମାନଙ୍କୁ ଉତ୍ସାହିତ କରିଥିଲେ।ସାମ୍ବାଦିକ ସଂଘ ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ବୈକୁଣ୍ଠ ସାହୁ,ଅଚ୍ୟୁତାନନ୍ଦ ପୁରୋହିତ,ଶୁଶାନ୍ତ ପ୍ରଧାନ, ମହାବୀର ସିଂ ଦେଓ,ରାଜା ପାଲ,ସନ୍ତୋଷ କୁମାର ସାହୁ , ସଂହାର କେଶରୀ ଭଞ୍ଜ, ଶଙ୍କର୍ଷଣ ମହାକୁଡ଼, ଯଶୋବନ୍ତ ନାରାୟଣ ସାହୁ, ସୁଶାନ୍ତ କୁମାର ପ୍ରଧାନ,ର ଞ୍ଜନ କୁମାର ବିଶ୍ୱାଳ ପ୍ରମୂଖ ଯୋଗ ଦେଇଥିଲେ।

 

- Advertisement -

 

 

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories