www.samajalive.in
Saturday, December 6, 2025
26.1 C
Bhubaneswar

ବସକୁ ପଛରୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ; ୫ ଗୁରୁତର

ରେଢ଼ାଖୋଲ: ରେଢ଼ାଖୋଲ ଥାନା ଲୁହାପଙ୍କ ନିକଟ ୫୫ନଂ ଜାତୀୟ ରାଜପଥରେ ଆଜି ସକାଳେ ଏକ ଘରୋଇ ବସକୁ ପଛରେ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ। ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଗୁରୁତର ସମସ୍ତେ ରେଢାଖୋଲ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସମ୍ବଲପୁର- ଅନୁଗୋଳ ୫୫ନଂ ଜାତୀୟ ରାଜପଥ ରେଢାଖୋଲ ଥାନା ଲୁହାପଙ୍କ ଛକ ନିକଟରେ ଶୁକ୍ରବାର ସକାଳେ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅନୁଗୋଳ ପାତ୍ରପଡାରୁ ସମ୍ବଲପୁର ଆସୁଥିବା ଗଜଲକ୍ଷ୍ମୀ ନାମକ ଏକ ଘରୋଇ ବସକୁ ପଛପଟୁ ଧକ୍କା ଦେଇଛି କୋଇଲା ବୋଝେଇ ଟ୍ରକ। ବସରେ ୩୫ ଜଣରୁ ଅଧିକ ଯାତ୍ରୀ ଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଁଞ୍ଚି ତଦନ୍ତ କରୁଛି। ସେପଟେ ଟ୍ରକ ଚାଳକକୁ ପୁଲିସ ଗିରଫ କରିଛି।

ଦେଖନ୍ତୁ ଭିଡିଓ; ଅହିରାଜକୁ ଖେଳନା ଭାବି ଖେଳିଲା ଶିଶୁ, ତା’ପରେ..

ଦୀର୍ଘ ବର୍ଷ ପରେ ଶକ୍ତିଶାଳୀ ଯୋଗ: ଏହି ରାଶିଙ୍କୁ ଖାଲି ମିଳିବ ଲାଭ, ହେବେ ମାଲାମାଲ୍‌, ରହିବନି ଚିନ୍ତା.. 

- Advertisement -

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories