www.samajalive.in
Saturday, December 13, 2025
26.1 C
Bhubaneswar

ବାଣ କାରଖାନାରେ ବିସ୍ଫୋରଣ: ୪ ମୃତ, ୨୭ ଗୁରୁତର

ମୁକ୍ତସର(ପଞ୍ଜାବ): ପଞ୍ଜାବର ଲମ୍ବୀ ନିର୍ବାଚନ ମଣ୍ଡଳୀ ନିକଟବର୍ତ୍ତୀ ସିଂଘେଓ୍ବାଲା-ଫୁତୁହିଓ୍ବାଲା ଗାଁର କ୍ଷେତରେ ଥିବା ଏକ ବାଣ କାରଖାନାରେ ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୨୭ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ବଠିଣ୍ଡା ଏମ୍ସରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣରେ କାରଖାନା କୋଠାର ଦୁଇଟି ମହଲା ମୁହୂର୍ତ୍ତକରେ ଭଗ୍ନାବଶେଷରେ ପରିଣତ ହୋଇଗଲା। ରାତି ପ୍ରାୟ ୧୨ଟା ୫୦ ସମୟରେ କାରଖାନାର ବାଣ ତିଆରି ୟୁନିଟରେ ଏହି ଦୁର୍ଘଟଣା ଘଟିଥିଲା। ଉତ୍ତରପ୍ରଦେଶ ହାଥରସ ନିବାସୀ ଠିକାଦାର ରାଜ କୁମାରଙ୍କ ଅଧୀନରେ କାରଖାନାରେ ବାଣ ତିଆରି କାମ ହେଉଥିଲା। ଘଟଣା ପରଠାରୁ ଠିକାଦାର ଫେରାର୍ ଥିବା କୁହାଯାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories