www.samajalive.in
Saturday, December 6, 2025
16.1 C
Bhubaneswar

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ରେଢ଼ାଖୋଲ :ସମ୍ବଲପୁର ଜିଲା ଚାରମାଳ ଥାନା ଭାଲିଆକଟା ପଂଚାୟତ ବୁଢ଼ୀଖମାର ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭଳିଆକଟା ଥାନା ପାଞ୍ଚୟତ ବୁଢ଼ୀଖମାର ଗାଁର ରଙ୍କ ଭୂୟାଁ (୬୦) ।  ସେ ଆଜି ସକାଳୁ ନିଜ ଆମ୍ବ ବଗିଚାରେ ଆମ୍ବ ଗୋଟାଉ ଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ଘଟଣା ଘଟିବା ପରେ ବନବିଭାଗକୁ ଖବର ଦେଇଥିଲେ ।
ଘଟଣାର ଖବର ପାଇ ବଡ଼ମାଳ ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ସେଠି ପହଂଚି ମୃତଦେହ ରେଢ଼ାଖୋଲ ଡାକ୍ତରଖାନାକୁ ନେଇ ଶବ ବ୍ୟବଛେଦ କରାଇ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଛି । ସେହିପରି ବନବିଭାଗ ମୃତକଙ୍କ ପରିବାର ବର୍ଗଙ୍କୁ ତତକ୍ଷଣାତ ୬୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ଓ ଅବଶିଷ୍ଟ କାଗଜ ପତ୍ର ହେଲା ପରେ ପ୍ରଦାନ କରାଯିବ ବୋଲି ରେଞ୍ଜ ଅଧିକାରୀ ଶ୍ରୀ ସେଠି କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories