ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ପୁଲିସ ଚଢ଼ାଉ କରି ଚୋରାରେ ଚାଲାଣ ହେଉଥିବା ୧୦କେଜି ଗଞ୍ଜେଇ ସହ ଏକ ବାଇକ ଜବତ କରି ଦୁଇ ଜଣ ଗଞ୍ଜେଇ ଚାଲାଣ କାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ବୌଦ୍ଧ ଶ୍ୟାମ ସୁନ୍ଦର ପୁରର ନିଗମାନନ୍ଦ ପ୍ରଧାନ (୨୬) ଓ ପ୍ରଫୁଲ୍ଲ ଭୋଇ (୬୦) ବୋଲି ପୁଲିସ ସୂଚନା ଦେଇଛି । ସୂଚନା ମତେ ବୁଧବାର ରାତିରେ ବୌଦ୍ଧ ଅଂଚଳରୁ ଅଭିଯୁକ୍ତ ଦ୍ବୟ ଏକ ବାଇକରେ ଗଞ୍ଜେଇ ବୋଝେଇ କରି ବୌଦ୍ଧରୁ ରେଢ଼ାଖୋଲ ଅଭିମୁଖେ ଆସୁଥିବା ବେଳେ ପୁଲିସ ଖବର ପାଇ ଚଢ଼ଉ କରି ଶୁଣ୍ଢିମୁଣ୍ଡା ନିକଟରେ ବାଇକ ସହିତ ୧୦କେଜି ଗଞ୍ଜେଇ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଥିଲା । ଏନେଇ ପୁଲିସ ଥାନାରେ କେସ ନଂ ୮୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜୟ ରଶ୍ମି ସେଠି ସୂଚନା ଦେଇଛନ୍ତି ।
Popular Categories



