www.samajalive.in
Sunday, December 14, 2025
23.1 C
Bhubaneswar

ଡୁରା ରାମନାରାୟଣ ଡିଗ୍ରୀ କଲେଜରେ ବିଶ୍ଵ ରେଡକ୍ରସ୍ ଦିବସ ପାଳିତ

ଗୋପାଳପୁର : ଆମର ସମସ୍ତ କର୍ମ ହୃଦୟରୁ ହିଁ ଆସିଥାଏ (ଏଭିଂଥିଙ୍ଗ୍ ୱି ଡୁ କମ୍‌ ଫ୍ରମ୍ ଦି ହାର୍ଟ)- ରେଡକ୍ରସ୍‌ର ଏହି ଥିମ୍‌ରେ ସମସ୍ତେ କାର୍ଯ୍ୟ କରିବାକୁ ଡୁରା ରାମନାରାୟଣ ଡିଗ୍ରୀ କଲେଜରେ ବିଶ୍ବ ରେଡକ୍ରସ୍ ଦିବସ ପାଳନ ଅବସରରେ ଆହ୍ବାନ ଦେଇଛନ୍ତି କଲେଜ ଯୁବ ରେଡ୍‌କ୍ରସ୍ (ୱାଇଆର୍‌ସି) କାଉନସେଲର ତଥା ପ୍ରାଣୀବିଜ୍ଞାନ ଅଧ୍ୟାପିକା ଡ. ଉଷାରାଣୀ ବ୍ରହ୍ମା। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଅଧ୍ୟକ୍ଷ ଡ. ପିନାକୀ ମହାନ୍ତି ଯୋଗଦେଇ କହିଥିଲେ ଯେ, ଅନ୍ୟକୁ ବିପଦବେଳେ ସହାୟତା କରିବା ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ। କାଉନସେଲର ଡ. ବ୍ରହ୍ମା ଚଳିତବର୍ଷ ରେଡ୍‌କ୍ରସ୍ ଥିମ୍ ସମ୍ପର୍କରେ ସ୍ଵେଚ୍ଛାସେବୀଙ୍କୁ ବୁଝାଇବା ସହ ବନ୍ୟା, ବାତ୍ୟା ଆଦି ପ୍ରକୃତିକ ବିପର୍ଯ୍ୟୟ ସହ ମହାମାରୀରେ ଅସହାୟ, ଦୁର୍ଗତମାନଙ୍କୁ ଖାଦ୍ୟ, ପାନୀୟଠାରୁ ଚିକିତ୍ସା ସହାୟତା କରିବା ଆମର ପ୍ରାଥମିକ କର୍ତ୍ତବ୍ୟ ବୋଲି ମତପୋଷଣ କରିଥିଲେ । କାର୍ଯ୍ୟକ୍ରମରେ ନୂତନ ୱାଇଆର୍‌ସି ୱେଚ୍ଛାସେବୀ ଓମ୍ ପ୍ରୀତମ୍ ଦାସ, ସୁଜାତା ପାଣିଗ୍ରାହୀ, ଅଞ୍ଜଳି ବେହେରା, ସ୍ମୃତିରାଣୀ ବେହେରା, ସୁପ୍ରିୟା ପାତ୍ର, କାହ୍ନୁଚରଣ ଗୌଡ଼, ଅମିତ ସାହୁ, ଏସ୍. ଟେଙ୍କେଶ୍ଵର
ରାଓ, ସୁରଜ କୁମାର ବେହେରା, ଲିପିକା ଗୌଡ଼, ସି. ଏଚ୍ ଜୟଶ୍ରୀରେଡ୍ଡୀ ଶପଥପାଠ କରିଥିଲେ । ଉଭିଦ ବିଜ୍ଞାନ ଅଧ୍ୟାପିକା ଅର୍ଚ୍ଚନା ପାଣିଗ୍ରାହୀ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଡିଗ୍ରୀ କଲେଜର ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories