ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖାର ନିଶୁଳ୍କ ଦନ୍ତ ଚିକିତ୍ସା ଶିବିର, ଚିକିତ୍ସିତ ହେଲେ ୧୦୦ରୁ ଅଧିକ ରୋଗୀ

ଭୂବନେଶ୍ୱର : ଓଡ଼ିଶାର ଅଗ୍ରଣୀ ସମାଜସେବା ପ୍ରତିଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା, ଆଇଡ଼ିଏସ୍ (ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟ) ଏବଂ ନୟାପଲ୍ଲୀ କମ୍ୟୁନିଟି କେୟାର ଆସୋସିଏସନ୍‌ର ମିଳିତ ସହଯୋଗରେ ନୟାପଲ୍ଲୀ ସ୍ଥିତ କମ୍ୟୁନିଟି କେୟାର ଆସୋସିଏସନ୍ ଠାରେ ଏକ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ସଂପୂର୍ଣ୍ଣ ରୂପେ ନିଶୁଳ୍କ ଦନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭୂବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳିର ବିଧାୟକ ସୁଶାନ୍ତ କୁମାର ରାଉତ, ଭୂବନେଶ୍ୱର ମେୟର ସୁଲୋଚନା ଦାସ ଓ ୱାର୍ଡ଼ ନଂ ୨୫ର କର୍ପୋରେଟର୍ ମାନସୀ ସୁନ୍ଦରାୟ ଯୋଗେଦେଇ ଏହି ଚିକିତ୍ସା ଶିବିରର ଶୁଭ ଉଦ୍‌ଘାଟନ କରିଥିଲେ । ଅତିଥିମାନଙ୍କ ସହିତ ରେଡ଼୍ ସ୍ୱସ୍ତିକ୍ ସୋସାଇଟିର ସଭାପତି ବିଜୟ ଆଚାର୍ଯ୍ୟ ଏବଂ ସଚିବ ତଥା କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସଂଗଠନର ଏଭଳି ପଦକ୍ଷେପ ଓ ପ୍ରୟାସକୁ ଉପସ୍ଥିତ ଅତିଥିମାନେ ଭୂୟସୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ। ଏହି ଚିକିତ୍ସା ସେବା ନିରନ୍ତର ନିରବଚ୍ଛିନ୍ନ ରୂପେ ଜାରି ରହିବା ସହ ଆଗାମୀ ଦିନରେ ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ଦେବାଶିଷ ପଟ୍ଟନାୟକ ମତ ଦେଇଥିଲେ।
ସୂଚନାଯୋଗ୍ୟ ୨୦୧୮ରୁ ରେଡ଼୍ ସ୍ୱସ୍ତିକ୍ ସୋସାଇଟି, ଓଡ଼ିଶା ଶାଖା ପକ୍ଷରୁ କୋଲକାତା, ଶ୍ରୀକାକୁଲମ୍‌, ଉତ୍ତରାଖଣ୍ଡ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଓଡ଼ିଶା ରାଜ୍ୟର ପାଖାପାଖି ୮୦୦ ଶହରୁ ଉର୍ଦ୍ଧ୍ୱ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ କୃତ୍ରିମ ଅଙ୍ଗ ନିଶୁଳ୍କ ଚିକିତ୍ସା ସେବା ଯୋଗାଯାଉଛି। ଏହା ସହ ସମାଜସେବା କ୍ଷେତ୍ରରେ ରେଡ଼୍ ସ୍ୱସ୍ତିକ୍ ସର୍ବଦା ଲୋକଙ୍କ ସହିତ ରହିବା ସହ ଆଗାମୀ ଦିନରେ ନୂତନ ଜନହୀତକାରୀ ପଦକ୍ଷେପମାନ ଗ୍ରହଣ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଶ୍ରୀ କୁନାଲ୍ କିଶୋର ଦାସ, ସାଗର ବାଳା ମିଶ୍ର, ରିମ୍‌ଝିମ୍ ପଣ୍ଡା, ଗୀତିକା ପଟ୍ଟନାୟକ ଓ ଅନ୍ୟାନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

kalyan agarbati

Comments are closed.