www.samajalive.in
Saturday, December 6, 2025
23.1 C
Bhubaneswar

ଜାଣନ୍ତୁ ଲାଲ ରେଶମୀ ସୂତା ଧାରଣର ବିଶେଷତ୍ୱ ଓ ନିୟମ

ସନାତନ ଧର୍ମରେ ବହୁ ରୀତିନୀତି ଓ ମାନ୍ୟତା ରହିଛି। ଯାହାର କେବଳ ଧାର୍ମିକ ନୁହେଁ , ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଯେକୌଣସି ଧାର୍ମିକ କାର୍ଯ୍ୟ ଲାଲ ରେଶମୀ ସୂତା (ରକ୍ଷାସୂତ୍ର)ର ବିନା ସମ୍ପୂର୍ଣ୍ଣ ହୋଇନଥାଏ। ଶୁଭ କାର୍ଯ୍ୟର ଆରମ୍ଭ କରିବା ସମୟରେ , ନୂଆ ଦ୍ରବ୍ୟ କ୍ରୟ କରିବା ସମୟରେ ଏହି ଲାଲ ରେଶମୀ ସୂତା ବନ୍ଧା ଯାଏ। ଯାଦ୍ୱାରା ଏହା ଆମ ଜୀବନରେ ଶୁଭତା ପ୍ରଦାନ କରିଥାଏ।
ଏହି ସୂତା ସଂକଳ୍ପ , ରକ୍ଷା ଓ ବିଶ୍ୱାସର ପ୍ରତୀକ ବୋଲି କୁହାଯାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ସୂତା ଧାରଣ କରିବା ଦ୍ୱାରା ତ୍ରିଦେବ – ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଓ ତ୍ରିଦେବୀ ଲକ୍ଷ୍ମୀ, ପାର୍ବତୀ ଓ ସରସ୍ୱତୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
ଶାସ୍ତ୍ର ଅନୁଯାୟୀ, ପୁରୁଷ ଓ ଅବିବାହିତା କନ୍ୟା ମାନଙ୍କ ଦକ୍ଷିଣ ହସ୍ତରେ ଏହି ଲାଲ ରେଶମୀ ସୂତା ବାନ୍ଧିବା ଉଚିତ। ଏହାକୁ ବାନ୍ଧିବା ସମୟରେ ସେହି ହସ୍ତକୁ ମୁଠା କରି ବନ୍ଦ ରଖି ଅନ୍ୟ ହସ୍ତଟିକୁ ମସ୍ତକରେ ରଖିବା ଉଚିତ।
ବୈଜ୍ଞାନିକ ଦୃଷ୍ଟି କୋଣରୁ ଏହି ସୂତାକୁ ବାନ୍ଧିବା ଦ୍ୱାରା ସ୍ୱାସ୍ଥ୍ୟ ଉତ୍ତମ ରହିଥାଏ। ଶରୀର ସଠିକ ଭାବେ ସନ୍ତୁଳିତ ହୋଇରହିଥାଏ।
ମନୋବୈଜ୍ଞାନିକ ଦୃଷ୍ଟିରୁ ଏହାକୁ ହାତରେ ବାନ୍ଧିବା ଦ୍ୱାରା ମନ ଶାନ୍ତି ରହିବା, ଏକାଗ୍ରତା ବୃଦ୍ଧି ପାଇବା, ଦୁଶ୍ଚିନ୍ତା ମଧ୍ୟ ଦୂର ହୋଇଥାଏ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories