www.samajalive.in
Monday, December 8, 2025
24.1 C
Bhubaneswar

ଲାଲ ରଙ୍ଗ ବ୍ୟବହାର କରୁଛନ୍ତି କି? ଧ୍ୟାନ ଦିଅନ୍ତୁ

ରଙ୍ଗ ମୁଖ୍ୟତଃ ସାତ ପ୍ରକାରର ଅଟେ। ଏଥି ମଧ୍ୟରୁ ଲାଲ ରଙ୍ଗ ଅଧିକ ଶକ୍ତିଶାଳୀ ଅଟେ। ଜ୍ୟୋତିଷଶାସ୍ତ୍ରରେ ଲାଲ ରଙ୍ଗର ସମ୍ବନ୍ଧ ମଙ୍ଗଳ ଗ୍ରହ ସହିତ ରହିଥିବା କୁହାଯାଇଛି। କୁହାଯାଏ ଯେ, ଲାଲ ରଙ୍ଗ ସର୍ବଦା ଶୀଘ୍ର ଗତିଶୀଳ ଅଟେ। ଲାଲ ରଙ୍ଗ ବ୍ୟକ୍ତିଙ୍କ ମଧ୍ୟରେ ସାହସ ଓ ଶକ୍ତି ଉତ୍ପନ୍ନ କରିଥାଏ। ଲାଲ ରଙ୍ଗର ବ୍ୟବହାର ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ। ଆସନ୍ତୁ ଜାଣିବା ସେ ସବୁ କ’ଣ ..

୧. କୁହାଯାଇଛି ଯେ, ଯେଉଁ ବ୍ୟକ୍ତିମାନେ ନିଜ ଜୀବନରେ କିଛି ବଡ ଲକ୍ଷ୍ୟ ପାଇବା ପାଇଁ ଚାହୁଁଛନ୍ତି ସେମାନେ ଲାଲ ରଙ୍ଗ ବ୍ୟବହାର କରିବା ଉଚିତ। ନିଜ ଶୟନ କକ୍ଷକୁ ଲାଲ ରଙ୍ଗ କରିବା ଉଚିତ।

- Advertisement -

୨. ବାସ୍ତୁ ଅନୁସାରେ, ଘରର ବାଥରୁମ୍‌ ଓ ପାଣି କଳରୁ ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ। ଏଥିରୁ ବର୍ତ୍ତିବା ପାଇଁ ଲାଲ ରଙ୍ଗର ବ୍ୟବହାର କରିବା ଉଚିତ।

୩. ଲାଲ ରଙ୍ଗର ମହମବତୀ ବ୍ୟବହାର କରିବା ଶୁଭ ଅଟେ। ଏପରି କରିବା ଦ୍ବାରା ଆଖପାଖରେ ନକରାତ୍ମକ ଶକ୍ତି ନାଶ ହୋଇଥାଏ।

୪. ହୃଦରୋଗୀଙ୍କ ପାଇଁ ଲାଲ ରଙ୍ଗ ଭଲ ନୁହେଁ। ତେଣୁ ସେମାନେ ସର୍ବଦା ଲାଲ ରଙ୍ଗ ଠାରୁ ଦୂରେଇ ରହିବା ଉଚିତ।

୫. ଲାଲ ରଙ୍ଗର ଅଶୁଭ ପ୍ରଭାବ ଯୋଗୁଁ ପାଚନ କ୍ରିୟାରେ ସମସ୍ୟା ଦେଖା ଦେଇଥାଏ। ଏହାଦ୍ବାରା ଏସିଡିଟି ସମସ୍ୟା ହୋଇଥାଏ। ତେଣୁ ଲାଲ ରଙ୍ଗର ବ୍ୟବହାର ସାବଧାନତାର ସହ କରିବା ଉଚିତ।

 

 

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories