www.samajalive.in
Saturday, December 6, 2025
19.1 C
Bhubaneswar

ଦେଶରେ କରୋନା ଆରୋଗ୍ୟ ହାର ୫୬.୩୭% – ମୃତ୍ୟୁ ହାର କମ ରହିଛି, କହିଲା ‘ହୁ’

ଦେଶରେ କରୋନା ଆକ୍ରାନ୍ତ ଆରୋଗ୍ୟ ହାର ବୃଦ୍ଧି ପାଇଁ ଶତକଡା ୫୬.୩୭ ଭାଗରେ ପହଞ୍ଚିଛି। ଏପର୍ଯ୍ୟନ୍ତ ମୋଟ ୨ଲକ୍ଷ ୪୮ହଜାର ୧୯୦ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟଲାଭ କରିଛନ୍ତି। ଗତ ୨୪ଘଣ୍ଟା ଭିତରେ ୧୦ହଜାର ୯୯୪ଜଣ ଲୋକ ଆରୋଗ୍ୟଲାଭ କରିଛନ୍ତି। ଦେଶରେ ବର୍ତ୍ତମାନ ୧ଲକ୍ଷ ୭୮ହଜାର ୧୪ଜଣ ସଂକ୍ରମିତ ବ୍ୟକ୍ତିଙ୍କର ଚିକିତ୍ସା କରାଯାଉଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଗତ ୨୪ଘଣ୍ଟା ଭିତରେ ଆଉ ନୂଆ ୧୪ହଜାର ୯୩୩ଜଣ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଦେଶରେ ଏପର୍ଯ୍ୟନ୍ତ ମୋଟ୍‍ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ୪ଲକ୍ଷ ୪୦ହଜାର ୨୧୫ ରହିଛି। ଗୋଟିଏ ଦିନ ଭିତରେ ୩୧୨ଜଣ ମୃତ୍ୟୁବରଣ କରିବାରୁ କରୋନା ମୃତ୍ୟୁସଂଖ୍ୟା ୧୪ହଜାର ୧୧ରେ ପହଞ୍ଚିଛି। ଏଥିସହିତ କରୋନା ମୃତ୍ୟୁହାର ଶତକଡା ୩ଦଶମିକ ୧/୮ ଭାଗ ରହିଛି।

- Advertisement -

ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ କହିଛି ଗତ ୨୪ଘଣ୍ଟା ଭିତରେ ୧ଲକ୍ଷ ୮୭ହଜାର ୨୩୩ଟି ନମୂନା ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ୭୧ଲକ୍ଷ ୩୭ହଜାର ୭୧୬ଟି ନମୂନାର ପରୀକ୍ଷା କରାଯାଇସାରିଲାଣି। ଦେଶରେ ୯୯୨ଟି ପରୀକ୍ଷାଗାରରେ ନମୂନା ପରୀକ୍ଷା କରାଯାଉଛି। ସେଗୁଡ଼ିକ ମଧ୍ୟରେ ୭୨୬ଟି ସରକାରୀ ପରୀକ୍ଷାଗାର ଥିବାବେଳେ ୨୬୬ଟି ବେସରକାରୀ ପରୀକ୍ଷାଗର ରହିଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories