www.samajalive.in
Sunday, December 7, 2025
23.1 C
Bhubaneswar

ମସ୍କୋରେ ପହଁଚିଲେ ରାଜନାଥ, ବିଜୟ ପରେଡରେ ଯୋଗ ଦେବେ

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ୩ଦିନିଆ ରୁଷ ଗସ୍ତରେ ଯାଇ ମସ୍କୋରେ ପହଞ୍ଚିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ରୁଷ୍‍ ମେଜର ଜେନେରାଲ କୋଶେଙ୍କୋ ବାସିଲି ଆଲେକଜାଣ୍ଡ୍ରୋବିଚ୍‍ ଓ ରୁଷରେ ଭାରତୀୟ ରାଷ୍ଟ୍ରଦୂତ ଡକ୍ଟର ବି. ଭେଙ୍କଟେଶ ବର୍ମା ଶ୍ରୀ ସିଂହଙ୍କୁ ପାଛୋଟି ନେଇଥିଲେ। ତାଙ୍କର ଏହି ଗସ୍ତ ସମୟରେ ଶ୍ରୀ ସିଂହ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ଓ ଭାଗିଦାରୀ ସମ୍ପର୍କ ବୃଦ୍ଧି ଉପରେ କଥାବର୍ତ୍ତା କରିବେ।

ସେ ମସ୍କୋରେ ୭୫ତମ ବିଜୟ ଦିବସ ପ୍ୟାରେଡରେ ଯୋଗଦେବେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ରୁଷ୍‍
ବିଜୟୀ ହେବାର ୭୫ତମ ବାର୍ଷିକୀ ଏବେ ସେହି ଦେଶରେ ପାଳିତ ହେଉଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ରୁଷ୍‍ ଓ ଏହାର ବନ୍ଧୁ ରାଷ୍ଟ୍ରଗୁଡ଼ିକର ବୀରତ୍ୱ ଏବଂ ବଳିଦାନର ସ୍ମୃତିରେ ବିଜୟ ପ୍ୟାରେଡର ଆୟୋଜନ କରାଯାଇଛି। ରୁଷ୍‍ ପ୍ରତିରକ୍ଷାମନ୍ତ୍ରୀ ସର୍ଗେ ଶୋଇଗୁ ଶ୍ରୀ ସିଂହଙ୍କୁ ଏହି ପରେଡ ପରିଦର୍ଶନ କରିବା ପାଇଁ ଆମନ୍ତ୍ରଣ କରିଥିଲେ। ଏହି ପ୍ୟାରେଡ ଗତମାସ ୯ ତାରିଖରେ ହେବାର ଥିଲା କିନ୍ତୁ କରୋନା ସଂକ୍ରମଣ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ୭୫ ସଦସ୍ୟ ବିଶିଷ୍ଟ ଭାରତୀୟ ସାମରିକ ବାହିନୀର ଏକ କଣ୍ଟିଜେଣ୍ଟ ମସ୍କୋରେ ଯାଇ ପହଂଚିଛି। ଏହି କଣ୍ଟିଜେଣ୍ଟ ବିଜୟ ପ୍ୟାରେଡରେ ଅଂଶଗ୍ରହଣ କରିବେ। ଏହାର ନେତୃତ୍ୱ ଶିଖ୍‍ ଲାଇଟ୍‍ ଇନଫାଂଟ୍ରି ରେଜିମେଣ୍ଟର ଜଣେ ମେଜର ପାହ୍ୟାର ଅଫିସର ନେବେ। ଏହି ବାହିନୀ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବୀରତ୍ୱର ସହ ଲଢ଼ିଥିଲା ଓ ୪ଟି ଯୁଦ୍ଧ ସମ୍ମାନ ଓ ୨ଟି ସାମରିକ କ୍ରସ୍‍ ଲାଭ କରିଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories