www.samajalive.in
Wednesday, December 10, 2025
23.1 C
Bhubaneswar

ଦେଶର ଅନେକ ପୌରପାଳିକାରେ ୮୦% କୋଭିଡ-୧୯ ମାମଲା

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ ଅଧିକ କୋଭିଡ-୧୯ ମାମଲା ଥିବା ପୌରପାଳିକା ସହିତ ଯୋଗାଯୋଗ କରି କୋଭିଡ-୧୯ ପରିଚାଳନା ପାଇଁ ନିଆଯାଇଥିବା ପଦକ୍ଷେପଗୁଡିକର ସମୀକ୍ଷା କରିଛନ୍ତି । ସେ ନୂଆଦିଲ୍ଲୀରେ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ, ମ୍ୟୁନିସିପାଲ କମିଶନର, ଡିଏମ ଏବଂ ଏହି ପୌରପାଳିକାର ଅନ୍ୟାନ୍ୟ ଅଧିକାରୀଙ୍କ ସହ ଏହି ବୈଠକ କରିଥିଲେ । ଦେଶର ପ୍ରାୟ ୮୦% କୋଭିଡ-୧୯ ମାମଲା ଏଠାରେ ରହିଥିବା ଜଣାପଡିଛି।
ଏହି ପୌରପାଳିକା ଗୁଡିକ ମହାରାଷ୍ଟ୍ର, ତାମିଲନାଡୁ, ଗୁଜୁରାଟ, ଦିଲ୍ଲୀ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ଉତ୍ତରପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଏବଂ ଓଡିଶା ଆଦି ରାଜ୍ୟ ଗୁଡିକର।

Image Source : PIB, File Pic

ଏହି ବୈଠକରେ ସୂଚନା ଦିଆଯାଇଥିଲା ଯେ ଗତକାଲି ଦେଶରେ ମୋଟ ୩,୯୭୦ କୋଭିଡ-୧୯ ମାମଲା ଆସିଛି। ଯାହାଦ୍ବାରା ମୋଟ ସଂକ୍ରମତିଙ୍କ ସଂଖ୍ୟା ୮୫,୯୪୦ରେ ପହଞ୍ଚିଛି। ବର୍ତ୍ତମାନ ପର୍ୟ୍ୟନ୍ତ ସମୁଦାୟ ୩୦,୧୫୦ ଲୋକ ଆରୋଗ୍ୟ ଲାଭ କରିଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୨,୨୩୩ ରୋଗୀ ଆରୋଗ୍ୟ ଲାଭ କରିଥିବା ଜଣାପଡିଛି । ଫଲରେ ସମୁଦାୟ ଆରୋଗ୍ୟ ହାର ୩୫.୦୯ ପ୍ରତିଶତକୁ ବୃଦ୍ଧି ପାଇଛି।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories