www.samajalive.in
Saturday, December 6, 2025
19.1 C
Bhubaneswar

ସୀମାରେ ଟନେଲ ଠାବ ହେବା ପାକିସ୍ତାନର ଆଉ ଏକ ଘୃଣ୍ୟ ଯୋଜନା – ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନଦ ରାୟ

ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ଭାରତ-ପାକିସ୍ତାନ ସୀମାରେ ଏକ ଟନେଲ ଠାବ କରାଯିବ ଭାରତ ବିରୋଧରେ ପଡୋଶୀ ଦେଶର ଘୃନ୍ୟ ଯୋଜନାକୁ ପ୍ରକାଶ କରିଛି। ଆଜି ସୀମା ସୁରକ୍ଷା ବଳର ୫୬ତମ ସ୍ଥାପନ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ଯେ ଭାରତ-ପାକିସ୍ଥାନ ସୀମାରେ ଅନୁପ୍ରବେଶ ଏବଂ ଅସ୍ତ୍ରଶସ୍ତ୍ର ତଥା ଡ୍ରଗ୍ସ କାରବାରରେ ପଡୋଶୀ ଦେଶର ପ୍ରଚ୍ଛନ୍ନ ହାତ ରହିଛି।

ଭାରତର ପ୍ରମୁଖ ସୀମା ସୁରକ୍ଷା ବଳର ଉତ୍ସର୍ଗୀକୃତତା ଏବଂ ବୀରତ୍ୱର ପ୍ରଶଂସା କରି ଶ୍ରୀ ରାୟ ଏହା ମଧ୍ୟ କହିଛନ୍ତି ଯେ ବୀର ଯବାନମାନେ ଦିନରାତି କଠିନ ପରିସ୍ଥିତିରେ ଦେଶର ସୀମା ଜଗି ରହିଛନ୍ତି। ଦେଶର ସେବା କରିବାରେ ୫୦ ବର୍ଷ ପୂରଣ କରିଥିବାରୁ ବିଏସଏଫର ଆର୍ଟିଲିରି ଡିଭିଜନକୁ ଅଭିନନ୍ଦନ ଜଣାଇ ସେ କହିଛନ୍ତି ଯେ ଆର୍ଟିଲିରି ଡିଭିଜନର ଏକ ସୁବର୍ଣ୍ଣ ଇତିହାସ ରହିଛି ଏବଂ ଭବିଷ୍ୟତରେ ଏହି ୟୁନିଟ୍ ମଧ୍ୟ ଦେଶର ସେବା କରିବାରେ ଗର୍ବ ରକ୍ଷା କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

- Advertisement -

ଫୋର୍ସର ମହିଳା ବାଟାଲିୟନକୁ ପ୍ରଶଂସା କରି ମନ୍ତ୍ରୀ କହିଛନ୍ତି ଯେ ଏହା ମହିଳା ଶକ୍ତିର ଏକ ଉଦାହରଣ ଏବଂ ଏହା ପ୍ରଶଂସା ଯୋଗ୍ୟ ଯେ ସେମାନେ ପୁରୁଷ ପ୍ରତିପକ୍ଷଙ୍କ ସହ ଭାରତର ସୀମା ରକ୍ଷା କରିବାରେ ସମାନ ଭାବରେ ଜଡିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ସେମାନଙ୍କ ପାଇଁ ଗର୍ବିତ।

କୋଭିଡ -୧୯ ମହାମାରୀ ବିଷୟରେ ଉଲ୍ଲେଖ କରି ଶ୍ରୀ ରାୟ ଦେଶର ବିଭିନ୍ନ କୋଭିଡ ଡାକ୍ତରଖାନାକୁ ସହାୟତା ପ୍ରଦାନ କରିଥିବାରୁ ବିଏସଏଫକୁ ପ୍ରଶଂସା କରିଛନ୍ତି। ଅନେକ ବିଏସ୍ଏଫ୍ ଯବାନମାନେ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ମହାମାରୀ ସମୟରେ ସେମାନଙ୍କର ସାହସ ଏବଂ ଉତ୍ସାହ ଅକ୍ଷୁର୍ଣ୍ଣ ରହିଥିଲା ​​ବୋଲି ମନ୍ତ୍ରୀ କହିଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories