www.samajalive.in
Sunday, December 7, 2025
14.1 C
Bhubaneswar

ଖୁବ ଶୀଘ୍ର ବଜାରକୁ ଆସିବ ରିଅଲମିର ଏକ୍ସ-୩ ସୁପର ଜୁମ୍ ସ୍ମାର୍ଟଫୋନ

ଭୁବନେଶ୍ବର : ରିଅଲମି ଏକ ସ୍ୱତନ୍ତ୍ର ସ୍ମାର୍ଟଫୋନ୍ ବଜାରକୁ ପ୍ରବେଶ କରିବାକୁ ଯାଉଛି। ଏହି ସ୍ମାର୍ଟପୋନର ନାମ ଏକ୍ସ-୩( X3 )ସୁପର ଜୁମ୍ ରହିଛି . ନିକଟରେ ଏହି ସ୍ମାର୍ଟଫୋନର ଅନେକ ସୂଚନା ଲିକ୍ ହୋଇଥିଲା, ଯେଉଁଥିରୁ ସମ୍ଭାବ୍ୟ ମୂଲ୍ୟ ଏବଂ ନିର୍ଦ୍ଦିଷ୍ଟତା ବିଷୟରେ ସୂଚନା ପ୍ରକାଶ ପାଇଛି। ଏଥି ସହିତ ଭାରତୀୟ ଟିପଷ୍ଟର ସୁଧାଂସୁ ଅମ୍ବୋର ଟ୍ୱିଟ୍ କରି ଏହି ସ୍ମାର୍ଟଫୋନର ଫିଚର ବିଷୟରେ ସୂଚନା ଦେଇଛନ୍ତି। ତେବେ ରିଅଲମି କମ୍ପାନୀ ପକ୍ଷରୁ ଏକ୍ସ -୩( X3 )ସୁପର ଜୁମ ସ୍ମାର୍ଟଫୋନ କେବେ ଲଞ୍ଚ କରିବ ସେ ନେଇ ସୂଚନା ଦିଆଯାଇ ନାହିଁ ।

ଏହି ସ୍ମାର୍ଟଫୋନରେ ୩୦ ୱାଟର ଫାଷ୍ଟ ଚାର୍ଜିଂ ସହିତ ଉପଭୋକ୍ତାମାନଙ୍କୁ ୪,୨୦୦ ଏମଏଚ ବ୍ୟାଟେରୀ ଦିଆଯାଇଛି । ଏହା ବ୍ୟତୀତ ସ୍ନାପଡ୍ରାଗନ୍ ୮୫୫ ପ୍ଲସ୍ ପ୍ରୋସେସର୍ ମଧ୍ୟ ରହିଛି । ଏହି ସ୍ମାର୍ଟଫୋନରେ ୬.୫୭ ଇଞ୍ଚର ଆଲମଣ୍ଡ ଡିସପ୍ଲେ ମଧ୍ୟ ଦିଆଯାଇଛି।  ଅନ୍ୟପକ୍ଷରେ, ଏହି ଫୋନରେ ଏକ କ୍ୱାଡ କ୍ୟାମେରା ସେଟଅପ୍ ରହିପାରେ, ଯେଉଁଥିରେ ପ୍ରାଥମିକ କ୍ୟାମେରାର ମେଗାପିକ୍ସେଲ ୪୮, ୮ ଓ ୨ ମେଗାପିକ୍ସେଲର ଦୁଇଟି କ୍ୟାମେରା ଦିଆଯାଇଛି। ଏହା ବ୍ୟତୀତ ସେଲଫିରେ ମଧ୍ୟ ୨ଟି କ୍ୟମେରା ରହିଛି ୧୬ ଏବଂ ୨ ମେଗାପିକ୍ସେଲର ।

- Advertisement -

ଏହି ରିଅଲମି ଏକ୍ସ -୩( X3 ) ସୁପର ଜୁମ ସ୍ମାର୍ଟ ଫୋନର ମୂଲ୍ୟ ୨୦,୦୦୦ ଟଙ୍କାରୁ କମ୍ ରହିବ ଅନୁମାନ କରାଯାଉଛି । ଏହା ବ୍ୟତୀତ ଏହି ସ୍ମାର୍ଟଫୋନ୍ ବିଭିନ୍ନ ରଙ୍ଗର ବଜାରରେ ଉପଲବ୍ଧ ହେବ। ଏହା ପୂର୍ବରୁ କମ୍ପାନୀ ବଜାରରେ ରିଅଲମ ଏକ୍ସ -୨( X2) ଲଞ୍ଚ କରି ସାରିଛି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories