www.samajalive.in
Saturday, December 6, 2025
19.1 C
Bhubaneswar

ପୁରୀରେ ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ନିନ୍ଦା କଲା ବଡବିଲ ସାମ୍ବାଦିକ ସଂଘ ରିଜିଓନାଲ ମିଡିଆ ଫୋରମ୍

ବଲାଣି: ଗତକାଲି ପୁରୀ ଜିଲାର ବାଲୁଖଣ୍ଡ ଅଭୟାରଣ୍ୟରେ ଫଣି ପରବର୍ତ୍ତୀ ସ୍ଥିତି ପରଖିବାକୁ ଯାଇଥିବା କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ  ନ ବିଭାଗର କର୍ମଚାରୀଙ୍କ ଆକ୍ରମଣକୁ କେନ୍ଦୁଝର ଜିଲା ବଡ଼ବିଲ ଅଞ୍ଚଳର ସାମ୍ବାଦିକ ସଂଘ ରିଜିଓନାଲ ମେଡିଆ ଫୋରମ ପକ୍ଷରୁ ନିନ୍ଦା କରାଯାଇଛି । ଏ ନେଇ ସାମ୍ବାଦିକ ସଂଘ ପକ୍ଷରୁ ବାରମ୍ବାର ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହେଉଥିବା ଆକ୍ରମଣକୁ ବିରୋଧ କରାଯିବା ସହିତ ସାମ୍ବାଦିକଙ୍କ ନିମନ୍ତେ ସୁରକ୍ଷା ଆଇନ ଆଣିବାକୁ ଓ ଆକ୍ରମଣକାରୀଙ୍କ ଉପରେ ଅପରାଧିକ ମାମଲା ରୁଜୁ କରିବା ସହିତ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯିବାକୁ ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରାଙ୍କ ଜରିଆରେ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ରିଜିଓନାଲ ମେଡିଆ ଫୋରମ ର ସଭାପତି ଗିରିଧାରିଲାଲ ମହତୋ, ଉପସଭାପତି ସିବାଶିଷ ନନ୍ଦ , ସମ୍ପାଦକ ସୁନୀଲ ଦାସ, ଯୁଗ୍ମ ସମ୍ପାଦକ ପ୍ରଦୀପ୍ତ ଧଳ, କୋଷାଧ୍ୟକ୍ଷ ବସନ୍ତ କୁମାର ମହାନ୍ତ, କାର୍ଯ୍ୟକ୍ରମ ସଂଚାଳକ ପ୍ରଶାନ୍ତ କୁମାର ମହାନ୍ତି, ସଦସ୍ୟ ସରୋଜ ମହାପାତ୍ର, ଶଙ୍କର କୋଣାର, ରସାନନ୍ଦ ବେହେରା , ସଞ୍ଜିତ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories