ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲାପାଳ, ମହାନଗର କମିସନର ଏବଂ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସତର୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି। ଦେଶ ତଥା ରାଜ୍ୟରେ ସଂକ୍ରମଣ ଏବେ ତୀବ୍ର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲା ସଦର ମହକୁମାରେ ଅଧିକ ଶଯ୍ୟା ଏବଂ ‘ଅକ୍ସିଜେନ’ ମହଜୁଦ ରଖିବାକୁ ହେବ। ଏହାସହିତ ଆକ୍ରାନ୍ତଙ୍କ ସଙ୍ଗରୋଧ ଓ ପୃଥକବାସ ପାଇଁ ଆଇସିୟୁ, ଡାଏଲେସିସ କେନ୍ଦ୍ର ଏବଂ ମହିଳାମାନଙ୍କ ଲାଗି ପ୍ରସୂତି କକ୍ଷ ପ୍ରସ୍ତୁତ କରାଯିବା ଆବଶ୍ୟକ। ଘରୋଇ ହସ୍ପିଟାଲ ଗୁଡିକ ମଧ୍ୟ ଅନୁରୂପ ଭାବେ ଆକ୍ରାନ୍ତଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦେଶନାମାରେ କୁହାଯାଇଛି। ସବୁ ଜିଲା ସଦର ମହକୁମାରେ ଯେଭଳି ଫାଭିପିରାଭିର ଏବଂ ରେମଡେସିଭର ଭଳି ଔଷଧପତ୍ର ମହଜୁଦ୍ ରହେ ତାକୁ ଗୁରୁତ୍ବ ଦେବାକୁ ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦେଶନାମାରେ ଦର୍ଶାଇଛନ୍ତି।
ଜିଲାସ୍ତରୀୟ ଟିମ୍କୁ ପୁନର୍ବାର ସକ୍ରିୟ ହୋଇ କୋଭିଡ଼ ମାର୍ଗଦର୍ଶିକାକୁ ଠିକଣା ପାଳନ କରିବାକୁ ଧ୍ୟାନ ଦେବାକୁ କୁହାଯାଇଛି। ଯେଉଁ ଆକ୍ରାନ୍ତମାନେ ସଙ୍ଗରୋଧ କିମ୍ବା ପୃଥକବାସରେ ରହୁଛନ୍ତି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ନିୟମିତ ଭାବେ ଯେଭଳି ଯାଞ୍ଚ ହେବ ସେଥିପ୍ରତି ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କୁ ଅବଗତ କରାଇବା ଏବଂ ଏହାବାଦ୍ କରୋନା ଟିକାକରଣକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପନ୍ନ କରିବାକୁ ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି।
ସବୁ ଜିଲାପାଳ, ମହାନଗର କମିସନରଙ୍କୁ ନିର୍ଦେଶ : ଶଯ୍ୟା, ‘ଅକ୍ସିଜେନ’ ସଜାଡ଼ି ରଖ
Popular Categories



