ବେଙ୍ଗାଲୁରୁ: ଆଗାମୀ ଆଇପିଏଲ ସଂସ୍କରଣ ପାଇଁ ନୂଆ ଅଧିନାୟକ ଘୋଷଣା କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)। ଗୁରୁବାର ଆରସିବି କହିଛି ଯେ, ରଜତ ପାଟିଦାର ଦଳର ନୂଆ ଅଧିନାୟକ ହେବେ ଏବଂ ତାଙ୍କ ନେତୃତ୍ଵରେ ଟିମ୍ ଏହାର ପ୍ରଥମ ଟାଇଟଲ ହାତେଇବା ଅଭିମୁଖେ ଅଗ୍ରସର ହେବ। ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ମଧ୍ୟ ଅଧିନାୟକ ଦୌଡ଼ରେ ଥିଲେ, କିନ୍ତୁ ଦଳ ପରିଚାଳନା କମିଟି ପାଟିଦାରଙ୍କ ନାଁ ଘୋଷଣା କରିଛି। ପାଟିଦାର ୨୦୨୧ ମସିହାରୁ ଆରସିବି ସହ ଜଡ଼ିତ ଏବଂ ଟିମ୍ର ଅଷ୍ଟମ ଅଧିନାୟକ।
Popular Categories



