www.samajalive.in
Saturday, December 6, 2025
19.1 C
Bhubaneswar

ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ୧୦ ମାସର ସର୍ବନିମ୍ନ

ନୂଆଦିଲ୍ଲୀ: ଭାରତର ଖୁଚୁରା ମୁଦ୍ରାସ୍ଫୀତି ମାର୍ଚ୍ଚରେ ୧୦ ମାସର ସର୍ବନିମ୍ନ ସ୍ତର ୪.୮୫%ରେ ପହଞ୍ଚିଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଆକଳନ ୪%ଠାରୁ ଅଧିକ ରହିଛି। ଅନ୍ୟପକ୍ଷରେ ଶିଳ୍ପ ଉତ୍ପାଦନ ଫେବୃଆରୀରେ ଚାରିମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଯାହା ମୂଲ୍ୟ ସ୍ଥିରତା ସୁନିଶ୍ଚିତ କରିବା କ୍ଷେତ୍ରରେ ଧ୍ୟାନ କେନ୍ଦ୍ରୀତ କରିବା ନେଇ ଆର୍‌ବିଆଇକୁ ସୁଯୋଗ ଦେଇଛି।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ମୁଦ୍ରାସ୍ଫୀତି ଯାହା ଫେବୃଆରୀରେ ୫.୦୯ % ଥିଲା, ତାହା ମାର୍ଚ୍ଚରେ ୪.୮୫%କୁ ଖସିଆସିଛି। ଜାଳେଣୀ ଗ୍ୟାସର ମୂଲ୍ୟ କମିବା ଫଳରେ ମୁଦ୍ରାସ୍ଫୀତି କମ୍‌ ହୋଇପାରିଛି। ଖାଦ୍ୟ ଓ ପାନୀୟ ମୁଦ୍ରାସ୍ଫୀତି ସ୍ଥିର ରହିଛି, ଯାହା ଫେବୃଆରୀରେ ୭.୮% ଥିବା ବେଳେ ମାର୍ଚ୍ଚରେ ସାମାନ୍ୟ କମି ୭.୭% ହୋଇଛି। ଅନ୍ୟପକ୍ଷରେ ମୂଳ ମୁଦ୍ରାସ୍ଫୀତି, ଯେଉଁଥିରେ ଅସ୍ଥିର ଖାଦ୍ୟ ଓ ଇନ୍ଧନ ସାମିଲ ନାହିଁ ତାହା କମି ମାର୍ଚ୍ଚରେ ୩.୨୫%ରେ ପହଞ୍ଚିଛି। ତେବେ ମାର୍ଚ୍ଚ ତ୍ରୈମାସରେ ଥିବା ଖୁଚୁରା ମୁଦ୍ରାସ୍ଫୀତି ଗତ ୧୨ ତ୍ରୈମାସର ମୁଦ୍ରାସ୍ଫୀତି ତୁଳନାରେ କମ୍‌, ଗ୍ରାମୀଣ (୫.୪୫%) ଏବଂ ସହର (୪.୧୪%) ମୁଦ୍ରାସ୍ଫୀତିରେ ବିଭାଜନ ମାର୍ଚ୍ଚରେ ଗତ ୨୩ ମାସର ଉଚ୍ଚତମ ୧.୩୧% ବଢ଼ିଥିଲା।

- Advertisement -

ଅନ୍ୟପକ୍ଷରେ ଶିଳ୍ପ ଉତ୍ପାଦନ ସୂଚକାଙ୍କ ଫେବୃଆରୀରେ ୫.୭% ବଢ଼ିଯାଇଥିଲା। ଖନନ(୮%) ଏବଂ ବିଦ୍ୟୁତ(୭.୫%) ଉତ୍ପାଦନ ବୃଦ୍ଧି ଫଳରେ ଏହା ହୋଇପାରିଥିଲା। ତେବେ ବିନିର୍ମାଣ କ୍ଷେତ୍ର (୫%) ପଛରେ ଥିଲା। ଖାଦ୍ୟ ପଦାର୍ଥ ମଧ୍ୟରେ ଖାଦ୍ୟ ଖସ୍ୟର ମୂଲ୍ୟ (୮.୩୭%), ମାସଂ ଏବଂ ମାଛ (୬.୩୬%)ର ମୂଲ୍ୟ ବୃଦ୍ଧି ହୋଇଥିଲା। ଅନ୍ୟପକ୍ଷରେ ପରିବା, ଡାଲି, ଅଣ୍ଡା ଓ ମସଲା ମୂଲ୍ୟରେ ଦୁଇଅଙ୍କ ବିଶିଷ୍ଟ ବୃଦ୍ଧି ହୋଇଥିଲା। ଏଆଇସିଆରଏ ରେଟିଙ୍ଗର ମୁଖ୍ୟ ଅର୍ଥନୀତିଜ୍ଞ ଆଦିତ୍ୟ ନାୟରଙ୍କ କହିବା ଅନୁଯାୟୀ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ମଧ୍ୟ ଖୁଚୁରା ମୁଦ୍ରାସ୍ଫୀତି ପ୍ରତି ବିପଦ ସୃଷ୍ଟି କରୁଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories