www.samajalive.in
Saturday, December 6, 2025
26.1 C
Bhubaneswar

କମିପାରେ ଗୃହ ଋଣ ସୁଧ, ଆରବିଆଇ ନେଉଛି ବଡ ନିଷ୍ପତ୍ତି

ସମାଜ ଡିଜିଟାଲ ଡେସ୍କ: ସାଧାରଣ ଲୋକଙ୍କୁ ୪ଦିନ ପରେ ଆଶ୍ୱସ୍ତି ଦେବାକୁ ଯାଉଛି ଆରବିଆଇ । ସାରା ଦେଶରେ ଗୃହ ଋଣ ଏବଂ କାର ଋଣର ମାସିକ କିସ୍ତି (ଇଏମଆଇ) ପୁଣି ଥରେ ହ୍ରାସ ପାଇପାରେ । ଆରବିଆଇ ଏନେଇ ଆସନ୍ତା ୬ ତାରିଖରେ ଏକ ବଡ ନିଷ୍ପତ୍ତି ନେବାକୁ ଯୋଜନା କରୁଛି । ସୂଚନା ଅନୁସାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟିର ବୈଠକ ଜୁନ ୪ରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପ୍ରତି ମାସରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ଆରବିଆଇ ମୁଦ୍ରାସ୍ପୀତି ସ୍ତର ଯାଞ୍ଚ କରିଥାଏ । ଏହା’ପରେ ଦେଶର ମୁଦ୍ରା ନୀତି ସ୍ଥିର କରେ ଏବଂ ଏହାର ରେପୋ ହାର ପରିବର୍ତ୍ତନ କରେ । ଫଳରେ ଏହା ଲୋକଙ୍କ ଇଏମଆଇ ଉପରେ ସୁଧ ଉପରେ ପ୍ରଭାବ ପକାଇଥାଏ ।

ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଫେବୃଆରୀ ଏବଂ ଏପ୍ରିଲରେ ଏମପିସି ବୈଠକ କରିଥିଲା । ଉଭୟ ଥର ରେପୋ ରେଟ୍‍ ୦.୨୫-୦.୨୫ ପ୍ରତିଶତ ହ୍ରାସ କରାଯାଇଥିଲା । ଏହିପରି ଗତ ୬ମାସ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ରେପୋ ହାର ୦.୫୦ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି । ବର୍ତ୍ତମାନ ରେପୋ ହାର ୬ପ୍ରତିଶତ ରହିଛି ।
ତୃତୀୟ ଥର ପାଇଁ ସୁଧ ହାର ହ୍ରାସ ପାଇବ। ଏଥର ଆରବିଆଇ ରେପୋ ହାର ୦.୨୫ ପ୍ରତିଶତ ହ୍ରାସ କରିବ ବୋଲି ଆଶା କରାଯାଉଛି । କାରଣ ଦେଶରେ ହାରାହାରି ଖୁଚୁରା ମୁଦ୍ରାସ୍ପୀତି ହାର ୪ପ୍ରତିଶତ ତଳେ ରହିଛି । ଯାହାକି ଆରବିଆଇର ଟାର୍ଗେଟ ରହିଥିଲା । କେଣୁ କ୍ରମାଗତ ତୃତୀୟ ଥର ପାଇଁ ନୀତିଗତ ସୁଧ ହାର ହ୍ରାସ ପାଇବାର ଆଶା ବୃଦ୍ଧି ପାଇଛି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories