ରାୟଗଡ଼ା ଜିଲ୍ଲା ପଦ୍ମପୁର ଓ କେନ୍ଦୁଗୁଡା ପୋଲିସର ମିଳିତ ଉଦ୍ୟମରେ ପୁଣି ଏକ ସଫଳତା କେନ୍ଦୁଗୁଡା ଠାରେ ପୋଲିସର ଗାଡି ଯାଞ୍ଚ ଚାଲିଥିବା ବେଳେ ରାସ୍ତାରେ ଗାଡି ଯାଞ୍ଚ କରିବା ସମୟରେ ଏକ ଟ୍ରକକୁ ଅଟକାଇ ଗାଡିରେ ଯାଞ୍ଚ ବେଳେ ଟ୍ରକରେ ଗଞ୍ଜେଇ ଥିବା ଅନୁମାନ କରିବା ସହ ତନଖି କରିଥିଲେ ଗାଡ଼ିରୁ ବ୍ୟାପକ ମାତ୍ରାରେ ଗଞ୍ଜେଇ ଜବତ କରାଯାଇଛି। ଟ୍ରକ ପଛରେ ପୁଣି ଏକ କାରକୁ ଅଟକାଇ ଥିଲେ ସେଥିରୁ ମଧ୍ୟ ଗଞ୍ଜେଇ ଜବତ କରିଛି ପୋଲିସ।
ସୂଚନା ଅନୁଯାୟୀ, ସେମାନେ କେନ୍ଦୁଗୁଡାରୁ ଝାରଖଣ୍ଡକୁ ଦୁଇଟି ଗାଡ଼ିରେ ଆସିଥିଲେ ଓ ସେମାନଙ୍କ ଠାରୁ ୪୨୦ କେଜି ଗଞ୍ଜେଇ ସହ ୬ଟି ମୋବାଇଲ ଓ ନଗଦ ୧ ଲକ୍ଷ ୧ ହଜାର ୩ ଶହ ଟଙ୍କା ମଧ୍ୟ ଜବତ କରିବା ସହ ୫ଜଣକୁ ଗିରଫ କରିଛି ପୋଲିସ। ସେମାନେ ହେଲେ ଝାରଖଣ୍ଡ ରାଜ୍ୟର। ଓଡିଶାରୁ ପଡୋଶୀ ରାଜ୍ୟ ଝାରଖଣ୍ଡ ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ଦେଇଛନ୍ତି ପଦ୍ମପୁର ଥାନା ଅଧିକାରୀ ବିଶ୍ୱ ରଂଜନ ଦାସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୨ ଲକ୍ଷ ଟଙ୍କା। ଗିରଫ ବ୍ୟକ୍ତିକୁ ଆଜି କୋର୍ଟ ଚାଲାଣ କରାଯାଥିବା ପଦ୍ମପୁର ପୋଲିସ ସୂଚନା ଦେଇଛନ୍ତି।



