www.samajalive.in
Saturday, December 6, 2025
23.1 C
Bhubaneswar

ଜୁଲାଇ ୨୪ରେ ୩ ରାଜ୍ୟରେ ରାଜ୍ୟସଭା ନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୪ ତାରିଖରେ ୩ ରାଜ୍ୟର ରାଜ୍ୟସଭା ନିର୍ବାଚନ ହେବ ବୋଲି ଆଜି ନିର୍ବାଚନ କମିସନ ଆଜି ବିଜ୍ଞପ୍ତି ଜାରି କରିଛନ୍ତି। ଗୁଜରାଟ, ପଶ୍ଚିମବଙ୍ଗ, ଗୋଆରେ ୧୦ ରାଜ୍ୟସଭା ଆସନରେ ନିର୍ବାଚନ ହେବ ବୋଲି ବିଜ୍ଞପ୍ତି ଜାରି ହୋଇଛି। ସୂଚନା ଅନୁଯାୟୀ ୧୦ଟି ରାଜ୍ୟସଭା ଆସନରେ ରାଜ୍ୟସଭା ସଦସ୍ୟମାନଙ୍କର ଆସନ୍ତା ଜୁଲାଇରୁ ଅଗଷ୍ଟ ମଧ୍ୟରେ କାର୍ଯ୍ୟକାଳ ସରିବ। ଫଳରେ ଏହି ଆସନ ଗୁଡ଼ିକ ଖାଲି ରହିବ। ତେଣୁ ତା’ ପୂର୍ବରୁ ନିର୍ବାଚନ ହେବ। ଜୁଲାଇରୁ ଅଗଷ୍ଟ ମଧ୍ୟରେ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବାକୁ ଥିବା ସଦସ୍ୟମାନେ ହେଉଛନ୍ତି ବିନୟ ତେନ୍ଦୁଲକର (ଗୋଆ), ଡେରେକ ଓବ୍ରାଏନ (ପଶ୍ଚିମବଙ୍ଗ), ଡୋଲା ସେନ (ପଶ୍ଚିମବଙ୍ଗ), ପ୍ରଦୀପ ଭଟ୍ଟାଚାର୍ଯ୍ୟ (ପଶ୍ଚିମବଙ୍ଗ), ସୁସ୍ମିତା ଦେବ (ପଶ୍ଚିମବଙ୍ଗ), ଶାନ୍ତା ଚ୍ଛେତ୍ରି (ପଶ୍ଚିମବଙ୍ଗ),ଦିନେଶ ଚନ୍ଦ୍ର ଜେମଲଭାଇ (ଗୁଜରାଟ), ଜୁଗଳସିଂହ ମ‌ାଥୁର (ଗୁଜରାଟ), ଏସ୍‌ ଜୟଶଙ୍କର (ଗୁଜରାଟ), ସୁଖେନ୍ଦୁ ଶେଖର ରାୟ (ପଶ୍ଚିମବଙ୍ଗ)। ରାଜ୍ୟସଭା ନିର୍ବାଚନ ପାଇଁ ଜୁଲାଇ ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି ଜୁଲାଇ ୧୩। ଜୁଲାଇ ୧୪ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ଏବଂ ପ୍ରାର୍ଥୀ  ପ୍ରତ୍ୟାହାରର ଶେଷ ତାରିଖ ରହିଛି ଜୁଲାଇ ୧୭।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories