ଧର୍ମଗଡ : କଳାହାଣ୍ଡିର ଢୁଲୁ ଘାଟିରେ ଓଲଟିଲା ପିକ୍ଅପ୍ ଭ୍ୟାନ। ବୁଧବାର ଢୁଲୁ ଘାଟିରେ ପଣସ ବୋଝେଇ ପିକ୍ଅପ୍ ଭ୍ୟାନ ଓଲଟି ଚାଳକଙ୍କ ସହ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଆହତମାନେ କଳାହାଣ୍ଡିର ଜୟପାଟଣା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି।
ସୂଚନା ଯୋଗ୍ୟ,ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଝରିଗୁମା ଏରିଆରୁ କଳାହାଣ୍ଡି ଜିଲାର ଧନସୁଲି ଦୈନିକ ବଜାର ଯାଉଥିବା ସମୟରେ ଢୁଲୁଘାଟିରେ ପିକ୍ଅପ୍ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି।
ଘାଟିରେ ଓଲଟିଲା ପିକ୍ଅପ୍ ଭ୍ୟାନ ; ୨ ମୃତ, ୧୦ ଆହତ
Popular Categories



