www.samajalive.in
Friday, December 12, 2025
16.1 C
Bhubaneswar

ରବି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ରୟାଲ ଟାଇଗର ଚମ୍ପିଆନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି ସ୍ଥିତ ଲାଦେରପାଲି ଖେଳପଡିଆ ଠାରେ ଲାଦେରପାଲି କ୍ରିକେଟ ସଂଘ ଏସନ ପକ୍ଷରୁ ଏକ ଦିବସୀୟ ରବି ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ଶିଶୁ ବିଶେଷଜ୍ଞ ଡା.ପଲଉ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଶୁଭମ୍ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ପ୍ରଧାନ ଉପସ୍ଥିତ ଥିଲେ। ପ୍ରଥମେ କ୍ରିକେଟ ତାରକା ସ୍ବର୍ଗତ ରବି ବରିହାଙ୍କ ଫଟୋ ଚିତ୍ରରେ ଅତିଥି ମାନଙ୍କ ଦ୍ବାରା ଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମର୍ଣ୍ଣିଂ ଷ୍ଟାର, ୟଙ୍ଗ ଷ୍ଟାର, ୱାର୍ଡ ୭, ଭୋଇପୁରା, ଅତାବିରା ବସ୍ତି, ଭାଲୁପାଲି, ରେଲୱେ ଷ୍ଟେସନ, ଆଦି ମୋଟ ଆଠଟି ଦଳ ଅଂଶ ଗ୍ରହଣ କରିଥିଲେ। ପ୍ରଥମେ ୟଙ୍ଗ ଷ୍ଟାର ଓ ମର୍ଣ୍ଣିଂ ଷ୍ଟାର ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ୟଙ୍ଗ ଷ୍ଟାର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ୨୪ ରନରେ ବିଜୟୀ ହୋଇ ସେମି ଫାଇନାଲରେ ପହଞ୍ଚିଥିଲା। ସେମିଫାଇନାଲରେ ରେଲୱେ ଷ୍ଟେସନ ଦଳ ସହ ୟଙ୍ଗ ଷ୍ଟାର ମଧ୍ୟରେ ଖେଳ ହୋଇଥିଲା।

 

- Advertisement -

ଏଥିରେ ରେଲୱେ ଷ୍ଟେସନ (ଆରଡିଏକ୍ସ) ଦଳ ୬୫ ରନ କରି ୩ ୱିକେଟରେ ବିଜୟୀ ହୋଇ ଫାଇନାଲରେ ପହଞ୍ଚିଥିଲେ। ଏହାପରେ ଦ୍ବିତୀୟ ପର୍ୟ୍ୟାୟ ଅର୍ଥାତ୍ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିକ୍ଷାବିତ୍ ନିତ୍ୟାନନ୍ଦ ପ୍ରଧାନ ମୁଖ୍ୟ ଅତିଥି ଭାବେ ଓ ସମାଜସେବୀ କୃଷ୍ଣଚନ୍ଦ୍ର ପ୍ରଧାନ , ବିଟୁ ଅଗ୍ରୱାଲ , ସାମ୍ବାଦିକ ଆକାଶ ମିଶ୍ର, ଜନକରାମ ଦାଶ ଓ ଶିବ ବରିହା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅତିଥି ମାନଙ୍କ ଉପସ୍ଥିତିରେ ଅତାବିରା ରୟାଲ ଟାଇଗର ଓ ରେଲୱେ ଷ୍ଟେସନ (ଆରଡିଏକ୍ସ) ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିଲା। ଏଥିରେ ଆରଡିଏକ୍ସ ଦଳ ୫୮ ରନରେ ଅଲ ଆଉଟ୍ ହୋଇଥିବା ବେଳେ ରୟାଲ ଟାଇଗର ୧୧୭ ରନ କରି ଚମ୍ପିଅାନ ହୋଇଥିଲା। ଏହି ମ୍ୟାଚକୁ ବୁଲୁ ପ୍ରଧାନ ପରିଚାଳନା କରିଥିଲେ। ଶୈଳେନ୍ଦ୍ର ସିଂ, ପ୍ରିତମ, ଲେଲିନ ପ୍ରଧାନ ଓ ଡୋଲା ଦୀପ ଆମ୍ପାୟାର ଦାୟିତ୍ବ ତୁଲାଇଥିଲେ।ବିଜୟୀ ଦଳକୁ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା। ମ୍ୟାନ୍ ଅଫ ଦି ମ୍ୟାଚ୍ ଓ ମ୍ୟାନ ଅଫ ଦି ସିରିଚ ଭାବରେ ଟିଲୁ ସାହୁଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ବେଷ୍ଟ ବୋଲର୍ ଭାବେ ସ୍ବତନ୍ତ୍ର ଟ୍ରଫି ପ୍ରଦାନ କରାଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories