www.samajalive.in
Thursday, December 11, 2025
16.1 C
Bhubaneswar

ଆନ୍ତର୍ଜାତୀୟ ଆର୍ଟ କାର୍ଣ୍ଣିଭାଲ, କଳାକୃତୀ ପ୍ରଦର୍ଶିତ କଲେ ପଶ୍ଚିମ ଓଡ଼ିଶା ଚିତ୍ରଶିଳ୍ପୀ

ସମ୍ବଲପୁର: ରାଜସ୍ଥାନର ରାଜଧାନୀ ଜୟପୁର ସ୍ଥିତ ଜୱାହାର କଳାକେନ୍ଦ୍ର ସ୍ଥିତ ଆର୍ଟ ଗ୍ୟାଲେରିରେ ଅନୁଷ୍ଠିତ ହୋଇଯାଇଥିବା ଆନ୍ତର୍ଜାତୀୟ ଆର୍ଟି କାର୍ଣ୍ଣିଭାଲରେ ପଶ୍ଚିମ ଓଡ଼ିଶାର ‘ଚିତ୍ରକାର’ ଗ୍ରୁପର ସଦସ୍ୟମାନଙ୍କର କଳାକୃତିଗୁଡିକ ପ୍ରଦର୍ଶିତ ହୋଇଛି। ୩ଦିନ ଧରି ଆୟୋଜିତ ଏହି ପ୍ରଦର୍ଶନୀରେ ଚିତ୍ରଶିଳ୍ପୀ ସଞ୍ଜୟ ସାହୁ, ମନୋଜ ଚୌଧୁରୀ, ବନ୍ଦନା ପଣ୍ଡା, ଅନୀଲ କେରକେଟା, ପ୍ରେମଚାନ୍ଦ ରାଉତ, କେଦାର ନାୟକ, ସୁଜାତା ବେହେରା ଓ କୁଶ ଭୁୟାଁ ପ୍ରମୁଖଙ୍କ କଳାକୃତି ପ୍ରଦର୍ଶିତ କରିଥିଲେ ଏବଂ ସେମାନଙ୍କ କଳାକୃତୀଗୁଡ଼ିକୁ ଦର୍ଶକଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଛି। ମିନିଏଚର ଆର୍ଟିଷ୍ଟ ପଦ୍ମବିଭୂଷଣ ତିଲକ ଗୀତାଇ ମୁଖ୍ୟ ଅତିଥି ଭାବରେ ପ୍ରଦର୍ଶନୀକୁ ଉଦଘାଟନ କରି ଚିତ୍ରକାର ଗ୍ରୁପର କଳାକାରମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏଭଳି ପ୍ରଦର୍ଶନୀରେ ଭାଗ ନେବା ଦ୍ୱାରା ସ୍ଥାନୀୟ କଳାକାର ମାନେ ବେଶ ଉତ୍ସାହିତ ହୋଇଛନ୍ତି ବୋଲି ସେ ପ୍ରକାଶ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories