କଣ୍ଟାବାଞ୍ଜି: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତୁରେକେଲା ୧୦ନଂ ଜୋନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। ପ୍ରଥମ ପର୍ୟ୍ୟାୟ ଭୋଟ ଗଣତିରେ ବିଜେଡି ପ୍ରାର୍ଥୀ ସମା ପରବିନ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥିନୀ ମମତା ମେହେରଙ୍କୁ ୧୨୮୫ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ଘୋଷିତ ହୋଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ବିଜେଡି ପ୍ରାର୍ଥୀ ସମା ପରବିନ ୧୦,୩୫୮ଟି ଭୋଟପାଇ ଥିବା ବେଳେ, ନିକଟ ତମ ପ୍ରତିଦ୍ବନ୍ଦୀ ବିଜେପିର ମମତା ମେହେରଙ୍କୁ ମିଳିଛି,୯,୦୭୩ଖଣ୍ଡ ଭୋଟ। ସେହିପରି ଏହି ନିର୍ବାଚନରେ ତୃତୀୟ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ରଞ୍ଜନା ଶବରଙ୍କୁ ୪,୫୯୮ଭୋଟ ମିଳିଛି।
Popular Categories



