www.samajalive.in
Saturday, December 6, 2025
23.1 C
Bhubaneswar

ପୁରୀ ଗଲେ ମୁଖ୍ୟ ସଚିବ ଓ ଡିଜି ; ପ୍ରସ୍ତୁତି ଜୋରଦାର

ପୁରୀ : ରଥଯାତ୍ରା ପୁନର୍ବିଚାର ପ୍ରସଙ୍ଗକୁ ନେଇ ଚାଲିଥିବା ମାମଲାର ଶୁଣାଣି ଶେଷ ହୋଇ ନ ଥିବା ବେଳେ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଯାଇଛି। ପୁରୀ ପୌରପାଳିକା ପକ୍ଷରୁ  ମଧ୍ୟ ଉଠା ଦୋକାନୀକୁ ବଡଦାଣ୍ଡରୁ ଉଠିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ପରେ ପୁରୀ ଉଠା ଦୋକାନୀ ପକ୍ଷରୁ ସ୍ବଗତ କରାଯଆଇଛି ।  ସେମାନେ ଖୁବ ଶୀଘ୍ର ୩ରୁ ୪ ଘଣ୍ଟା ମଧ୍ୟରେ ଦୋକାନ ଉଠାଇ ନେବେ ବୋଲି କହିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜି ପୁରୀ ଗସ୍ତ କରିଛନ୍ତି। ୩ ରଥକୁ ମଧ୍ୟ ଯାଞ୍ଚ କରାଯାଇଛି। ରଥଟାଣିବା ପାଇଁ ରଥଖଳାରେ ୭ଜଣ ଡାହୁକ ଆସି ପହଞ୍ଚି ଯାଇଛନ୍ତି। ସିଂହଦ୍ୱାର ସମ୍ମୁଖକୁ ତିନି ରଥକୁ ଆଣିବା ପାଇଁ ଏହି ଡାହୁକମାନଙ୍କୁ ଡକାଯାଇଛି।

ଏଥିସହ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସର ମଧ୍ୟରେ ରୁଦ୍ଧ ଦ୍ୱାର ବୈଠକ ଚାଲିଛି। ମୁଖ୍ୟ ପ୍ରଶାସକ ଓ ଜିଲାପାଳଙ୍କ ମଧ୍ୟରେ ଚାଲିଥିବା ରୁଦ୍ଧଦ୍ୱାର ବୈଠକରେ ପରିଚାଳନା କିମିଟିର ସଦସ୍ୟମାନେ ମଧ୍ୟ ସାମିଲ ରହିଛନ୍ତି।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories