www.samajalive.in
Friday, December 12, 2025
14.1 C
Bhubaneswar

ବିଶୋଇଠାରେ ପବିତ୍ର ରଥଯାତ୍ରା ପାଳିତ

ବିଶୋଇ- ବିଶୋଇ ଠାରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ରଥଯାତ୍ରା ମହା ସମାରୋହରେ ପାଳିତ ହୋଇଛି। ଅପରାହ୍ନରେ ତିନି ଦିଅଁଙ୍କର ନୀତିକାନ୍ତି କରାଯାଇ ଠାକୁର ମାନଙ୍କର ପହଣ୍ଡି କରାଯାଇଥିଲା। ରଥ ଉପରେ ଛେରା ପହଁରା ପରେ ରଥଟଣା ଆରମ୍ଭ ହୋଇଥିଲା।

ସମାଜସେବୀ ଡ. ପ୍ରଭାସ ଆଚାର୍ଯ୍ୟ ଛେରାପହଁରା କରିଥିବା ବେଳେ ଶାଶ୍ୱତ ଶର୍ମା, କାଳିଚରଣ ଶର୍ମା, ଅବ୍ୟୟ ଶର୍ମା, ଶ୍ରୀପତି ପଣ୍ଡା, ଦିବ୍ୟରଞ୍ଜନ ଶର୍ମା, ଦୁର୍ଗାପ୍ରସାଦ ଶର୍ମା ପ୍ରମୁଖ ଦିଅଁ ମାନଙ୍କର ନୀତିକାନ୍ତି କରିଥିଲେ। ଏହି ଯାତ୍ରାରେ ୧୦ହଜାରରୁ ଊର୍ଦ୍ଧ୍ବ ଜନସମାଗମ
ହୋଇଥିଲା। ରବୀନ୍ଦ୍ର ବିନ୍ଧାଣି, ପରେଶ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ରଥଟଣା କାର୍ଯ୍ୟ ପରିଚାଳନା କରିଥିଲେ। ସ୍ଥାନୀୟ ପୁଲିସ ଓ ସ୍ୱେଚ୍ଛାସେବୀ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀର ସଭାପତି ଦୋଳଗୋବିନ୍ଦ ସାହୁ ଓ ସଂପାଦକ ଅନୀଲ କୁମାର
ଗିରିଙ୍କ ତତ୍ତ୍ବାବଧାନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସଂକୀର୍ତ୍ତନ ଓ ହୁଳହୁଳି ଦେଇ ପାଛୋଟି ନିଆଯାଇଥିଲା

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories